ଅଳିଆ ଉଠାଇବାକୁ ଟଙ୍କା ନେବ ବିଏମ୍‌ସି

ଅଳିଆ ଉଠାଇବାକୁ ଟଙ୍କା ନେବ ବିଏମ୍‌ସି

ଭୁବନେଶ୍ୱର : ଅଳିଆ ଉଠାଇବା ପାଇଁ ଏବେ ରାଜଧାନୀବାସୀଙ୍କୁ ଦେବାକୁ ପଡ଼ିବ ଟଙ୍କା । ସେଥିପାଇଁ ୟୁଜର ଫି ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ଏନେଇ ମାସିକ ୟୁଜର ଫି ତାଲିକା ବି ଜାରି କରାଯାଇଛି । ଏହା ଜରିଆରେ ବିଏମସି ବର୍ଷକୁ ୧୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛି । ବିଏମସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ଫି ତାଲିକା ଅନୁଯାୟୀ, ୮୦୦ ବର୍ଗଫୁଟ ଘର ପାଇଁ ଅଳିଆ ଉଠା ବାବଦରେ ମାସକୁ ୫୦ ଟଙ୍କା ଦେବାକୁ ପଡିବ । ୮୦୦ ରୁ ୧୨୦୦ ବର୍ଗ ଫୁଟ ପାଇଁ ମାସିକ ୭୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ବଡଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ଼ କିଚିନ, ଗୋଦାମ, ରୋଡ଼ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି’ ଆଦାୟ କରାଯିବ । ପୂର୍ବରୁ ମଧ୍ୟ ବିଏମସି ଏବାବଦରେ ୟୁଜର୍ସ ଫି’ ନେଉଥିଲା । ହେଲେ କୋଭିଡ଼ ପରଠାରୁ ତାହା ବନ୍ଦ ରହିଥିଲା ।  


   ଆଜି ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିଯେ, ପରିବେଶ ସ୍ୱଚ୍ଛ ରଖିବା ସହ ସ୍ୱଚ୍ଛ ବାୟୁ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି । ପରିବେଶ ଓ ବାୟୁ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା । ଘରକୁ ଘର ଅଳିଆ ସଂଗ୍ରହ, ଉତ୍ସରୁ ପୃଥକୀକରଣ ଏବଂ ପରିବହନ ଆଦି କାର୍ଯ୍ୟ କରିବା ଦ୍ୱାରା ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ସ୍ଥାୟୀ ଓ ସୁଦୃଢ଼ ହୋଇପାରିବ । ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ଦାୟିତ୍ୱ ନିର୍ବାହ କରିବାକୁ ସେ ଅନୁରୋଧ କରିଛନ୍ତି । ସ୍ୱଚ୍ଛ ସାଥୀମାନେ ନିଜ ନିଜ ୱାର୍ଡରୁ ୨୦୧୮ରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ୟୁଜର୍ସ ଫି ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାୟୀ ବାସିନ୍ଦା, ସମସ୍ତ ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ ପ୍ରତିଷ୍ଠାନ, ଉଦ୍ୟୋଗ ଇଦ୍ୟାଦିଙ୍କଠାରୁ ୟୁଜର୍ସ ଫି ଆଦାୟ କରାଯିବ । ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ବିଏମ୍‌ସି ନିୟୋଜିତ ଆଇଇସି ଟିମ୍‌ ପରିମଳ ସଂପର୍କିତ ବିଭିନ୍ନ ନିୟମ ଏବଂ ନାଗରିକ ଦାୟିତ୍ୱବୋଧ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବେ ।