ଗୋଚାଲାଣ, ଭ୍ୟାନ୍ ସହ ୨ ଗିରଫ
ବେତନଟୀ : ବେଆଇନ ଗୋଚାଲାଣ କରାଯାଉଥିବାର ଖବରପାଇ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ବୁଢୀଖମାରି ସ୍ଥିତ କାଠପାଳ କେନାଲ ରାସ୍ତାରେ ଚଢାଉକରି ୩ଟି ଗୋରୁ ବୋଝେଇ ପିକଅପଭ୍ୟାନ ଏବଂ ସେଗୁଡିକୁ ସୁରକ୍ଷା ଯୋଗାଉଥିବା ମୋଟରସାଇକେଲ ଜବତ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଘଟଣା ରୁ ପ୍ରକାଶ ବଡସାହି ଥାନା ବାଲିଯୋଡା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ନେଇ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦଳବଳେ କାଠପାଳ ଠାରେ କେନାଲ ରାସ୍ତାରେ ଛକି ରହିଥିବା ବେଳେ ୩ଟି ଗୋରୁ ବୋଝେଇ ପିକଅପଭ୍ୟାନକୁ ସୁରକ୍ଷା ଯୋଗାଉଥିବା ଏକ ମୋଟରସାଇକେଲ ସମେତ ଚାଳକକୁ ପ୍ରଥମେ କାବୁ କରିନେଇଥିଲେ । ପରେ ୧୮ନଂ ଜାତୀୟରାଜପଥ ଅତିକ୍ରମ କରି ପଶ୍ଚିମବଙ୍ଗମୁହାଁ ଖସି ପଳାଇବାକୁ ଚେଷ୍ଟା କରୁଥିବା ୩ଗୋଟି ଗୋରୁବେଝେଇ ପିକଅପଭ୍ୟାନକୁ ମଧ୍ୟ ଜବତ କରିଥିଲେ । ଜବତ ତିନିଗୋଟି ପିକଅପଭ୍ୟାନ ଓଡି୧୧ୟୁ୩୭୦୪, ଓଡି୧୧ଏଫ୧୫୫୭ ଏବଂ ଓଡି୧୧୩୩୭୯୨ରୁ ମୋଟ ୧୩ଟି ଗାଈ ଏବଂ ୮ଟି ବଳଦ ଏହିପରି ସର୍ବମୋଟ ୨୧ଟି ଗୋରୁଗାଈଙ୍କୁ ଉଦ୍ଧାର ଥାନାକୁ ଅଣାଯାଇଥିଲା । ଏନେଇ ବେତନଟୀ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।