ଡେଙ୍ଗୁ ନିରାକରଣ ବୈଠକ 


 ବଲାଙ୍ଗୀର: ଜିଲ୍ଲାସ୍ତରୀୟ ସମନ୍ୱିତ ସର୍ବକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ ହେଉଥିବା ସ୍ୱଚ୍ଛତା ଦିବସରେ ପାଣି ଜମୁଥିବା ସ୍ଥାନ, ଘାସ, ବୁଦା ମାନଙ୍କୁ ପରିଷ୍କାର କରିବା ସହ ମଶା ଯେପରି ଅଣ୍ଡା ଦେଇନପାରେ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଥିଲେ । ମାଲେରିଆ ଓ ଡେଙ୍ଗୁ ନିରାକରଣରେ ଚିହ୍ନଟଙ୍କ ଯଥା ଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପୋ କରିଥିଲେ । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ, ଧୂଆଁ ପ୍ରୋୟୋଗ କରୁଥିବା ମେସିନ ଉପଯୋଗ କରିବା ସହ ମୁ୍ୟନିସିପାଲିଟି ସଫେଇ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ କହିଥିଲେ । ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକରେ ବାଲି ପକେଇ ସମତଳ କରିବା, ଆବର୍ଜନାକୁ ଜନ ବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମୁଣ୍ଡ ବଥା ତଥା ଜ୍ୱର ହେଲେ ବି ଡେଙ୍ଗୁ ମାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ବଢେଇବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ରୋଗକୁ  କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଦିବ୍ୟ କିଶୋର ପତି,  ଡ.କୁବେର ଚନ୍ଦ୍ର ମହନ୍ତ, ଡ.ସୁଧା ବାର୍ଲା, ଡ.ସିଦେ୍ଧଶ୍ୱର ମାଝି, ମୃତୁ୍ୟଞ୍ଜୟ ମୁଣ୍ଡ, ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।