ମହିଳା ଭୋଟରଙ୍କ ଉପରେ ବିଜେପିର ଫୋକସ

କେନ୍ଦ୍ରାପଡ଼ା: ଚଳିତ ନିର୍ବାଚନ ରେ ମହିଳା ଭୋଟର ମାନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ବିଜେପି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ବିଜେପି ପ୍ରଭାରୀ ନାରୀନେତ୍ରୀ ଡ଼ଃ ଜ୍ୟୋସ୍ନାରାଣୀ ଜେନା ଏନେଇ କେନ୍ଦ୍ରାପଡା ବ୍ଲକର ଢୋଲ, ଜମରା, କନ୍ତିଆ, ଚାରିଗାଁ ପ୍ରଭୃତି ପଞ୍ଚାୟତ ମାନଙ୍କରେ ମହିଳା ମାନଙ୍କୁ ସ୍ୱତନ୍ତ୍ର ଭାବେ ଭେଟି କେନ୍ଦ୍ର ସରାକରଙ୍କ ମହିଳା ବିକାଶ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳୁଥିବା ଋଣ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରଦାନ କରୁଥିବା ବେଳେ ଏହି ଋଣର ସୁଧଛାଡ କେନ୍ଦ୍ର ସରକାରଙ୍କ ଅନୁଦାନରେ କରାଯାଉଥିବା ଘଟଣା ଅବଗତ କରାଯାଇଛି । ସେହିଭଳି ଓଡିଶାରେ ଆଗାମୀ ଦିନରେ ବିଜେପି ସରକାର ଗଠନ କଲେ, ପ୍ରତ୍ୟେକ ପରିବାରର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କରିଥିବା ଘୋଷଣା ଅବଗତ କରାଯାଇ ଥିଲା । ଏହା ସହ ଆୟୁଷମାନ ଭାରତ ଯୋଜନାର ଉପକାରିତା ବିଷୟରେ ଶ୍ରୀମତୀ ଜେନା ମହିଳା ମାନଙ୍କୁ ଅବଗତ କରାଇଥିଲେ । ଆଗାମୀ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାନସଭା ପ୍ରାର୍ଥୀ ଗୀତାଳୀ ସେଠୀ ପାଇଁ ୨ଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଏହି ମହିଳା ଜାଗରଣ କାର୍ଯ୍ୟକ୍ରମରେ ଡ଼ଃ ଶ୍ରୀମତୀ ଜେନାଙ୍କ ସହିତ ସଂନ୍ଧ୍ୟାରାଣୀ ଜେନା, ସୁଲାଚନା ମଲିକ, ତାରିଣୀ ମଲିକ, ସସ୍ମିତା ମଲିକ, ସୁମିତ୍ରା ସାହୁ, ସୁଲୁ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।