ଓଡିଶା ଦିବସ ପାଳନ ଉପଲକ୍ଷେ ବୈଠକ
ରାୟଗଡ: ରାୟଗଡା ଜିଲ୍ଲାସ୍ଥରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭା ଗୃହ ରାୟଗଡ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ, ଅକ୍ଷୟ କୁମାର ଖେମୁଣ୍ଡୁ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ, ଚନ୍ଦ୍ର କାନ୍ତ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଦସ୍ୟସଦସ୍ୟା ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ନିଆଗଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମ ବୋଧକ ସଂଗୀତ ପରିବେଷଣ କରାଯିବ ସକାଳ ଘ.୭.୦୦ମି. ସମୟରେ ସ୍ଥାନୀୟ ଗଜପତି ଛକ ଠାରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମବେତ ହୋଇ ସାମୂହିକ ମାଲ୍ୟାର୍ପଣ କରାଯିବ । ଏଥିରେ ମୁଖ୍ୟ ଅତିଥି, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସର୍ବସାଧାରଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଶୋଭାଯାତ୍ରାରେ ବାହାରିବେ ଏବଂ ସକାଳ ୮. ୦୦ମି ସମୟରେ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ସାମୁହିକ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯିବ । ଏହାପରେ ସକାଳ ଘ. ୯.୦୦ମି ସମୟରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଜୁପଟ୍ଟନାୟକ ଅଡିଟୋରିୟମ, ରାୟଗଡ ଠାରେ ଅନୁଷ୍ଠିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଗଲା । ଏହାସହିତ ସମସ୍ତ ସମସ୍ତ ଅନୁଷ୍ଠାନ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକ ଓଡ଼ିଆରେ ନାମ ଲେଖିବାକୁ ପଦ୍ଧକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି ।