ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ରାଜସ୍ବ ମନ୍ତ୍ରୀ

ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୃତ୍ୟୁ ଘଟଣାରେ ସା ପରେ ବଡ଼ ନିଷ୍ପତ୍ତି ଆସିପାରେ। ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ନିଷ୍ପତ୍ତି ନିଆଯିବ। ଘଟଣା ପଛରେ ଯିଏ ବି ଥିବେ କାର୍ଯ୍ୟାନୁଷ୍ଠାନ ହେବ। କେବଳ ପ୍ରିନ୍ସିପାଲ, HOD ନୁହଁନ୍ତି ଅନ୍ୟମାନେ ତଦନ୍ତ ପରିସରଭୁକ୍ତ ହେବେ। ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି। ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ସମେତ ରାଜସ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। FM କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଲୋଚନା ହୋଇଥିଲା।