ଆଗ୍ରାରେ ୩ ମୃତ
ଲକ୍ଷେ୍ନø : ଉତ୍ତରପ୍ରଦେଶ ଆଗ୍ରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ୧୪ ଯୁବକ ବୁଡ଼ି ଯାଇଥିଲେ । ଉଦ୍ଧାରକାରୀ ଦଳ ନଦୀରୁ ତିନୋଟି ମୃତଦେହ ଉଦ୍ଧାର କରିଥିବା ବେଳେ ଡାଇଭର ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ୧୦ ଜଣ ନିଖୋଜ ଅଛନ୍ତି । ଏସଡିଆରଏଫ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣା ଆଗ୍ରା ଜିଲ୍ଲାର ଖେରାଗଡ଼ ସହରରେ ଘଟିଛି, ଦ୍ଭ ଯେଉଁଠାରେ କୁସିଆପୁର ଗ୍ରାମର ୧୪ ଜଣ ଯୁବକ ଉତାଙ୍ଗନ ନଦୀରେ ବୁଡି ଯାଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ତିନି ମୃତଦେହ ଉଦ୍ଧାର କରିଛନ୍ତି । ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ୨୦ ବର୍ଷୀୟ ହରେଶ ଓ ୧୭ ବର୍ଷୀୟ ଗଗନ ଅଛନ୍ତି । ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଛି । ଯେଉଁଠାରେ ବିସର୍ଜନ ପାଇଁ ପ୍ରବଳ ଭିଡ ଜମିଥିଲା । ୧୪ ଜଣ ଯୁବକ ମୂର୍ତ୍ତି ଧରି ପାଣିରେ ପ୍ରବେଶ କରିଥିଲେ । ସେମାନେ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ପାଖରେ ଥିବା ଲୋକମାନେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଷ୍ଟେସନ ହାଉସ୍ ଅଫିସର ମଦନ ସିଂହଙ୍କୁ ଜୀବନ ବଞ୍ଚାଇବା ପାଇଁ ୟୁନିଫର୍ମ ପିନ୍ଧି ନଦୀକୁ ଡେଇଁ ପଡ଼ିଥିବାର ଦେଖାଯାଇଥିଲା । ତୀବ୍ର ପ୍ରୟାସ ପରେ ଭୋଲା ନାମକ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଅଛି । ପରେ ଆଉ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ଆଗ୍ରା ଜିଲ୍ଲାର ତାଜଗଞ୍ଜ ଅଞ୍ଚଳର କରଭନା ଗ୍ରାମରେ ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ପହଁରି ସୁରକ୍ଷିତ ଫେରିବାରେ ସଫଳ ହୋଇଛନ୍ତି ।