ଆତଙ୍କୀ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା
ାା ପ୍ରଭାନୁ୍ୟଜାା ଭୁବନେଶ୍ୱର,୨୫ା୪: ଏଆଇଆଇଏମ୍ଏସ୍ ସମ୍ମିଳନୀ ପକ୍ଷରୁ ଅଖିଳ ଭାରତ ଆୟୂର୍ବିଜ୍ଞାନ ସଂସ୍ଥାନ ଠାରେ ପାହାଲଗାମ୍ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ଏଏନ୍ଏ ସଦସ୍ୟ ଏବଂ ଏଆଇଆଇଏମ୍ଏସର କର୍ମକର୍ତ୍ତାମାନେ ଯୋଗଦେଇ ବହିର୍ବିଭାଗରୁ ବାହାରି ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ହାତରେ ମହମବତୀ ଜଳାଇ ଶୋଭାଯାତ୍ରା କରିଥିଲେ । ନୀରବ ପ୍ରାର୍ଥନା କରାଯାଇ ୨୬ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାର ପ୍ରତି ସମ୍ବେଦନତା ପ୍ରକାଶ କରିଥିଲେ । ଆମେ ସମସ୍ତେ ସ୍ୱାସ୍ଥ୍ୟସେବୀ, ହେଲେ ପ୍ରଥମେ ସମସ୍ତେ ଭାରତର ନାଗରିକ । ଆମ ଜନ୍ମଭୂମିରେ ରକ୍ତପାତର ଅଧିକାର କାହାର ନାହିଁ । ସର୍ବଧର୍ମ ସମନ୍ୱୟର ଭାବ ହିଁ ଆମ ସମ୍ବିଧାନର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଆମେ କୌଣସି ଜାତି ବା ଧର୍ମର ନୁହେଁ , ଆମେ ଆତଙ୍କବାଦ, ରକ୍ତପାତ ଓ ଅମାନବିକତାର ଘୋର ବିରୋଧ କରୁଛୁ । ଆମର ଭବିଷ୍ୟତ ପିଢ଼ି ଶାନ୍ତିରେ ଜୀବନଯାପନ କରନ୍ତୁ ଏହା ହିଁ ଆମର ଏକମାତ୍ର ଉଦେ୍ଦଶ୍ୟ । ସୀମାର ପ୍ରତିରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ମାନବିକତାର ମୂଲ୍ୟବୋଧ ସମ୍ବନ୍ଧରେ ପ୍ରତ୍ୟେକ ରାଷ୍ଟ୍ରରେ ପ୍ରାଥମିକ ଶିକ୍ଷା ଦିଆଯାଇ ସମଗ୍ର ବିଶ୍ୱର ପରିବର୍ତ୍ତନ ପାଇଁ ସଚେତନ ହେବାକୁ କର୍ମୀମାନେ ସରକାରଙ୍କୁ ଅନୁରୋଧ କରିଥିଲେ ।