ଆତ୍ମରକ୍ଷା କୌଶଳ ତାଲିମ ଶିବିର
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ରାଜ ଚାଉଁରୀଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ ହୋଇଯାଇଛି । ଗତ ୭ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଶିବିରର ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥି ଭାବେ କୋଡ଼ିଙ୍ଗା ସରପଞ୍ଚ ସେବିକା ମାଝୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସ୍ଥାନୀୟ ଦେବ ରାଜା ଚାଉଁରିଆଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ଅତିଥି ମାନେ ନାରୀ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଜିକା ଦିନରେ ନାରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ନିହାତି ଆବଶ୍ୟକ ହୋଇପଡିଥିବା ମୁଖ୍ୟ ଅତିଥି ଶ୍ରୀମତି ରାୟ ବୁଝାଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ନାରୀ ମାନଙ୍କ ପାଇଁ ବିଭିନ୍ନ ନିୟମ ରହିଥିଲେ ମଧ୍ୟ ଏହା ତୃଣମୂଳ ସ୍ତରରେ ଏହାର ଦୁର୍ବଳ ସ୍ଥିତି ଉପରେ ମଞ୍ଚାଷିନ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆତ୍ମରକ୍ଷା ସହ ଦୃଢ଼ ମାନସିକତା ନିଶ୍ଚିତ ଭାବେ ନାରୀ ମାନଙ୍କର ସଫଳତାର ମାପକାଠି ହୋଇ ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ୮ଦିନ ଧରି ଚାଳିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ୧୦୩ଜଣ ଛାତ୍ରୀ ସାମିଲ ହୋଇ କୌଶଳର ଲାଭ ଉଠାଇବା ସହ । ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଆତ୍ମରକ୍ଷା କୌଶଳ ପର୍ଯ୍ୟବେକ୍ଷକ ଭାବେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ନେହଲତା ପଣ୍ଡା, ସ୍ୱପ୍ନା ମହାନ୍ତି, ସିଂହ୍ନ ଶେଖର ନାୟକ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଅଧ୍ୟକ୍ଷା ଅମିତା ରାୟ, ଅଧ୍ୟାପକ ପଞ୍ଚାନନ ଦୁରିଆ, ଦାମୋଦର ସାହୁ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଆତ୍ମରକ୍ଷା କୌଶଳ ସଂଯୋଜକ ଦେବକୀ ଦିଶାରୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ତାଲିମ ଦାତା କିରନ୍ ରାଉତ ସମସ୍ତଙ୍କୁ ତାଲିମ ଦେଇଥିଲେ । ମାଧ୍ୟମିକ ବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।