ଆଦର୍ଶ ବିଦ୍ୟାଳୟର ପରିଚାଳନା କମିଟି ବୈଠକ

 ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବାଦୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ବିଶେଷ କରି ହଷ୍ଟେଲ ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିବା ବେଳେ  ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥା ସବୁଠୁ ଉର୍ଦ୍ଧରେ ତେଣୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଗୁରୁଦାୟିତ୍ୱ ରହିଅଛି ବୋଲି ମତବ୍ୟକ୍ତ କରିଥିଲେ । ବୈଠକ ରେ ପରିଚାଳନା ସମ୍ପାଦକ ସୁନିଲ କୁମାର ସାହୁ ସଦସ୍ୟ ଡ଼ ଫାନିନ୍ଦମ ଦେଓ, ନବୀନ କିଶୋର ପାଢୀ, ଗିତାରାଣୀ ହୋତା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚାରଣ ନାଏକ, ସହକାରୀ ଯନ୍ତ୍ରୀ ଅମୋଘ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।