ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ ନାଉରୀଗଢିଆ ଠାରେ ଆଦର୍ଶ ପ୍ରଧାନଶିକ୍ଷକ ବିଦ୍ୟାଧର ଜେନାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ଘନଶ୍ୟାମ ଛାଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ସଭାକୁ ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସଂଚାଳନା କରିଥିଲେ । ମୁଖ୍ୟଅତିଥି ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରିତିକାନ୍ତ ରାଉତ, ସମ୍ମାନୀତଅତିଥି କବି ରସାନନ୍ଦ ମହାପାତ୍ର, ଶିକ୍ଷାବିତ୍ ନୃସିଂହ ଚରଣ ସାମଲ, ଯଦୁମଣି ଦାସ, ରାମଚନ୍ଦ୍ର ମହାନ୍ତି, ଆଦେଇତ ସ୍ୱାଇଁ, ଶରତ କୁମାର ବେହୁରିଆ, ନୃସିଂହ ଜେନା, ଅର୍ଜୁନ ପରିଡ଼ା, ନିରାକାର ରାଉତ, ପ୍ରଶାନ୍ତ ବିଶ୍ୱାଳ, ପିତାମ୍ବର ଜେନା, ଭାସ୍କର ଦାସ, ହୃଷୀକେଶ ରାଉତ, ନାରାୟଣ ପ୍ରଧାନ, ଦେବଦତ୍ତ ରାଉତ ପ୍ରମୁଖ ଯୋଗ ଦେଇ ଆଦର୍ଶ ଶିକ୍ଷକଙ୍କ ଗୁଣଗାନ କରିଥିଲେ ।