ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ
ବାଲିଅନ୍ତା: ବାଲିଅନ୍ତା ବ୍ଲକ ବାଳକାଟି ଓ ଏହାର ଆଖପାଖ ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଶାନ୍ତିଲତା ନାୟକ(୭୫)ଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ୩ ମାସ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ତେବେ ହଠାତ୍ ଅସୁସ୍ଥତା ଅନୁଭବ କରିବା ସହ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତାଃ ନାୟକ ଅନୁଶାସନ ସଚିବ ଦିବାକର ନାୟକଙ୍କ ଧର୍ମପନôୀ ଓ ବରିଷ୍ଠ ସାମ୍ବାଦିକ ତଥା ଶିଶୁ ସାହିତି୍ୟକ ବଙ୍କିମ ଚନ୍ଦ୍ର ନାୟକଙ୍କ ବଡଭଉଣୀ । ଦୀର୍ଘବର୍ଷ ଧରି ସେ ବାଳକାଟି ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବାବେଳେ ୨୦୦୮ରେ ଚାକିରିରୁ ଅବସର ନେଇଥିଲେ । ସେ ଜଣେ ଛାତ୍ରବତ୍ସଳ, ଆମାୟିକ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ବେଶ ଜଣାଶୁଣା । ଖବର ପାଇ ଶେଷଦର୍ଶନ ନିମନ୍ତେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚôଥିଲେ । ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ ଦିବାକର, ପୁତ୍ର ଲକ୍ଷ୍ମୀକାନ୍ତ, ଝିଅ ଦେବାର୍ଚ୍ଚନା, ଦେବଜାନୀ, ନାତୀ ନାତୁଣୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ଲକ୍ଷ୍ମୀକାନ୍ତ ମୁଖାଗ୍ନୀ ଦେଇଥିଲେ ।