ଖାଦ୍ୟପ୍ରଣାଳୀ ପ୍ରତିଯୋଗିତା
ବଡ଼ସାହି: ସ୍ଥାନୀୟ ବଡ଼ସାହି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଖାଦ୍ୟ ପ୍ରଣାଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩୦ ଗୋଟି ଷ୍ଟଲରେ ୭୦ ପ୍ରକାର ବ୍ୟଞ୍ଜନ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ପ୍ରତିମା ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଡ଼ସାହି ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ରାଧିଆ ଚରଣ ମୁଣ୍ଡା, ପରିଚାଳନା କମିଟିର ସଦସ୍ୟ ସନ୍ତୋଷ କୁମାର ବେହେରା, ସୁକାନ୍ତି ପାତ୍ର, ଶିକ୍ଷାବିତ୍ ଶଚିନ୍ଦ୍ର କୁମାର ବିଶ୍ୱାଳ, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଦଶମ ଶ୍ରେଣୀକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଦ୍ୱାଦଶ ଓ ଷଷ୍ଠ ଶ୍ରେଣୀକୁ ଦ୍ୱିତୀୟ ଏବଂ ଅଷ୍ଟମ ଓ ନବମ ଶ୍ରେଣୀକୁ ତୃତୀୟ ପୁରସ୍କାର ମିଳିଛି । ସମୁଦାୟ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।