ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ

ଜଟଣୀ : ଜଟଣୀର ବିଭିନ୍ନ ସ୍ଥାନରେ ଆନନ୍ଦ ଓ ଉଲ୍ଲାସର ପର୍ବ ରଜ ମଉଜ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଉତ୍ତରାୟଣୀ କ୍ଲବ ତରଫରୁ ତିନିଦିନ ଧରି ନାଟ୍ୟ ନିଦେ୍ର୍ଦଶକ ବିପ୍ଳବ କେଶରୀ ଶତପଥୀଙ୍କ ସଂଯୋଜନାରେ ରଜ ମଉଜ କାର୍ଯ୍ୟକ୍ରମରେ ଦୋଳି, ପୋଡପିଠା, ରଜପାନ, ରଜଗୀତ, ଦୌଡ଼ି ଡିଆଁ, ପୁଚିଖେଳ, ମୁଜିକାଲ ଚେୟାର ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ରଙ୍ଗଣିସାହି ଠାରେ ସୁରଭି ଅନୁଷ୍ଠାନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମୋନାଲିସା ସ୍ୱାଇଁ, ଶ୍ରୀୟା ସଲୋନୀ ବରିଶଲ, ଶୁଭଶ୍ରୀ ବେହେରା, ଏ ଅଳକା, ପ୍ରକୃତି ମଲ୍ଲିକ, ଦେବସ୍ମିତା ବାରିକ ପରିଚାଳନା କରିଥିଲେ । ସେହିଭଳି ପୌରାଞ୍ଚଳର ଅନ୍ୟ ପୁରାତନ କ୍ଲବ ଭାବେ ପରିଚିତ କୁଦିଆରୀ ହରିହର କ୍ଲବର ୮୪ତମ ବାର୍ଷିକୋସôବ ଅବସରରେ ବିଗତ ତିନି ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କ୍ଲବ ପକ୍ଷରୁ ସଭାପତି ସୁରେନ୍ଦ୍ର ମହାନ୍ତି, ସମ୍ପାଦକ ମନମୋହନ ମହାପାତ୍ର, ବ୍ୟୋମକେଶ ମହାନ୍ତି, ଭାଗୀରଥି ପ୍ରଧାନ, ପ୍ରମୋଦ କୁମାର ସାହାଣୀ, ଉମେଶ ଶ୍ରୀଚନ୍ଦନ, ଜଗଦାନନ୍ଦ ପଟ୍ଟନାୟକ, ତ୍ରିଲୋଚନ ପଟ୍ଟନାୟକ, ବିଜେପି ନେତା ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହାକୁ ଶିକ୍ଷାବିତ ଅଲେଖ ଚନ୍ଦ୍ର ବଳିଆରସିଂହ ଓ ସମାଜିକ କର୍ମୀ ରାଜକିଶୋର ରଣସିଂହ, ସଞ୍ଜୟ କୁମାର ବରିଶଲ ପ୍ରମୁଖ ପରିଚାଳନା କରିଥିଲେ ।