ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସୁନ୍ଦରପୁର ହାଇସ୍କୁଲ ପଡିଆରେ ଚାଲିଥିବା ରଜମହୋତ୍ସବର ରବିବାରର ତୃତୀୟ ସନ୍ଧ୍ୟା ବେଶ ଚିତାକର୍ଷକ ଥିଲା । ସନ୍ଧ୍ୟାରେ ଉପଦେଷ୍ଟା ବାବାଜୀ ଚରଣ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା ବ୍ରଜ ସୁନ୍ଦର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜକୁ ସଙ୍ଗଠିତ କରିବାରେ ମହୋତ୍ସବର ଅନେକ ଭୂମିକା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୁବ ସଙ୍ଗଠକ ଚନ୍ଦ୍ରବିନ୍ଦୁ ଦାଶ ମଞ୍ଚାସୀନ ହୋଇ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ଶେଷ କରିବା ପାଇଁ ସମର୍ପିତ ମନୋଭାବ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । କମିଟି କୋଷାଧକ୍ଷ ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଉପଦେଷ୍ଟା ପିତବାସ ମୁଖି, ଅଭିମନୁ୍ୟ ନାୟକ, ସୁକାନ୍ତ କୁମାର ଜେନା ଓ ଦାମୋଦର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ରଜମହୋତ୍ସବ କମିଟିର ସମସ୍ତ ସଭ୍ୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସୁରଭୀ ନାୟକ ଓ ମୁକୁନ୍ଦ ପ୍ରସାଦ ଜେନା ମଞ୍ଚ ପରିଚାଳନା ଏବଂ ଜଳଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଓଡିଶାର ସୁନାମଧନ୍ୟ ଗାୟକ ବିଷ୍ଣୁ ମୋହନ କବିଙ୍କ ମନଛୁଆଁ ସଙ୍ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା ।