ଆବାସ ପ୍ଲସ-୨.୦; ନିର୍ଦ୍ଧାରିତ ସମୟରେ ସର୍ଭେ କାର୍ଯ୍ୟ ଶେଷ ପାଇଁ ନିଦେ୍ର୍ଦଶ

 ଯାଜପୁର ଟାଉନ : ବିଡିଓଙ୍କ ତତ୍ୱାବଧାନରେ ବ୍ଲକୱାରୀ ହେଉଥିବା ଆବାସ ପ୍ଲସ ୨.୦ସର୍ଭେରେ ଯାଜପୁର ଜିଲାରୁ ୯୯୯୨୭ଜଣ ହିତାଧିକାରୀଙ୍କ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତଥାପି କିଛିଲୋକ ସେମାନଙ୍କର ସର୍ଭେ ହୋଇନଥିବା ଅଭିଯୋଗ କରିବା ସହ ସର୍ଭେୟର ମାନେ ସେମାନଙ୍କ ଘରକୁ ଯାଉନଥିବା ଜିଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସମୟରେ ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ କୌଣସି ହିତାଧିକାରୀ ଏଥିରୁ ବାଦ୍ ପଡିବେ ନାହିଁ । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଯେଉଁ ହିତାଧିକାରୀଙ୍କ ସର୍ଭେ ସମ୍ପୂର୍ଣ୍ଣ ହୋଇଛି ସେମାନଙ୍କ ତାଲିକା ଆୱାସ ସଫ୍ଟ ପୋର୍ଟାଲରୁ ଡାଉନଲୋଡ କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୧୯ା୩ା୨୦୨୫ ରିଖ ସୁଦ୍ଧା ଜନସାଧାରଣଙ୍କ ସଚେତନତା ପାଇଁ ପ୍ରକାଶ କରାଯାଇଛି । ଯଦ୍ୱାରା ବାଦ୍ ପଡ଼ିଥିବା ହିତାଧିକାରୀ ସଚେତନ ହେବେ, ଏବଂ ସୁଯୋଗ ପାଇବେ ଏବଂ ସର୍ଭେରେ ଅନ୍ତର୍ଭୁକ୍ତ ହେବେ । ଏହାପରେ ଚୁଡାନ୍ତ ହିତାଧିକାରୀ ତାଲିକା ଆଉଥରେ ଡାଉନଲୋଡ କରାଯାଇ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ତା ୨୫ା୩ା୨୦୨୫ରିଖ ସୁଦ୍ଧା ପ୍ରକାଶ କରାଯିବ । ସର୍ଭେୟରମାନଙ୍କୁ ଅତି ସାବଧାନତାର ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସମସ୍ତ ବିଡିଓ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।ଯାଜପୁର ଜିଲାର କୌଣସି ହିତାଧିକାରୀ ମାର୍ଚ୍ଚ ୩୧ ସୁଦ୍ଧା ସର୍ଭେରୁ ବାଦ୍ ନପଡିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । କ୍ଷେତ୍ର କର୍ମଚାରୀଙ୍କ ବ୍ୟତୀତ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ । ଏହା ଦ୍ୱାରା ସର୍ଭେରୁ ବାଦ୍ ପଡିବା ଆଶଙ୍କା ଦୂର ହୋଇପାରିବ । ସର୍ଭେ ସମୟରେ ପରିବାର ସଦସ୍ୟଙ୍କ ଆଧାର, ଜବ୍କାର୍ଡ ଏବଂ ବ୍ୟାଙ୍କ୍ ଜମାଖାତା ପ୍ରସ୍ତୁତ ରଖିବା ଆବଶ୍ୟକ ରହିଛି ।