ନାବାଳିକା କୁକର୍ମକରୀ ସଂପର୍କୀୟ ମାମୁଁକୁ ୨୦ବର୍ଷ ଜେଲ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ : ଜନୈକା ନାବାଳିକା କୁ ବଳାକôାର କରିବା ଘଟଣାରେ ଗୁରୁବାର ଦିନ ସଂପର୍କୀୟ ମାମୁଁ କୁ ୨୦ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି ଯାଜପୁର ଆଡ୍ହକ୍ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ । ବିବରଣୀରୁ ପ୍ରକାଶ ଗତ ୨୦୨୪ ମସିହା ଜୁନ୍ ମାସ ୨୩ ତାରିଖ ଦିନ ଅଳକୁଣ୍ଡ ଥାନା ଅଂଚଳର ଜନୈକା ମାନସିକ ବିକାରଗ୍ରସ୍ତ ୧୪ବର୍ଷିୟା ନାବାଳିକା ଏକୁଟିଆ ଘରେ ଥିବାବେଳେ ତାର ସଂପର୍କୀୟ ମାମୁଁ ଅଳକୁଣ୍ଡ ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମର ଗୟାଧର ଯେନା ଘରେ ପହଂଚି ତା ସହ ବଳାକôାର କରିଥିଲା । ନାବାଳିକା ଜଣକ ମାନସିକା ବିକାରଗ୍ରସ୍ତ ହୋଇଥିବାରୁ ଏହି ଘଟଣାକୁ କାହାରିକୁ ଜଣାଇନଥିଲା । ତା ପରଦିନ ନାବାଳିକାର ବଡଭଉଣୀ ତାକୁ ଗାଧୋଇବା ସମୟରେ ତାର ଶରୀରର ବିଭିନ୍ନ ଅଂଶରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲା । ପରେ ତାକୁ ପଚରାଉଚରା କରିବାରେ ସେ ସମସ୍ତ ଘଟଣାକୁ ତା’ର ବଡ ଭଉଣୀକୁ କହିଥିଲା । ବଡ ଭଉଣୀ ୨୦୨୪ ମସିହା ଜୁନ୍ ମାସ ୨୪ ତାରିଖ ଦିନ ଅଳକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲା । ଏହି ଅଭିଯୋଗକୁ ଭିତିକରି ଥାନା ଅଧିକାରୀ ଥାନା କେଶ୍ ନଂ୯୨/୨୪ ମୁତାବକ କେଶ୍ ରୁଜୁ କରି ଆସାମୀ ଗୟାଧର ଯେନାକୁ ପୋଲିସ୍ ଗିରଫ କରି କୋର୍ଟ ·ଲାଣ କରିଥିଲେ । ତେବେ ଗୁରୁବାର ଦିନ ଏହି କେଶ୍ର ଚୁଡାନ୍ତ ଶୁଣାଣି କରି ୯ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତିକରି ଯାଜପୁର ଆଡ୍ହକ୍ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ଆସାମୀ ଗୟାଧର ଯେନାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଅର୍ଥ ଜରିମାନା କରିଛନ୍ତି । ଏହି ଜରିମାନା ଅର୍ଥ ଅନାଦେୟରେ ଅଧିକ ୨ବର୍ଷ ଜେଲ ଭୋଗ କରିବା ପାଇଁ ଏହି ରାୟରେ ପ୍ରକାଶିତ ହୋଇଛି । ମାନ୍ୟବର କୋର୍ଟ ପୀଡିତାକୁ ୭ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସୁ୍ୟକୁଟର ପାର୍ଥସାରଥି ରାୟ ପରିଚାଳନା କରିଥିଲେ ।