ଟ୍ରାନ୍ସଫର୍ମରକୁ ସୁରକ୍ଷା ବାଡ଼ ଦେବାକୁ ଦାବି 

 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ଗ୍ରାମର ବେହେରା ସାହିକୁ ପଳାଶପଙ୍ଗା ଫିଡରର ଝୁମ୍ପୁରା ସେକ୍ସନରୁ ବିଦୁ୍ୟତ ସେବା ଯୋଗାଇ ଦିଆଯାଇଛି । ବେହେରା ସାହି ନିକଟ ଆମ୍ବ ତୋଟାରେ ଥିବା ୨୫କେଭି ଟ୍ରାନ୍ସଫର୍ମରରୁ  ଗ୍ରାମର ବେହେରା ସାହି, ପାତ୍ର ସାହି ଓ ଶିବ ଦୁର୍ଗା ମନ୍ଦିର ସାହିର ପାଖାପାଖି ଏକ ଶହରୁ ଅଧିକ ଘରକୁ ବିଦୁ୍ୟତ ସଂଯୋଗ କରାଯାଇଛି । ଅଧିକାଂଶ ସମୟରେ ଏହାର ଫିୟୁଜ ଜଳି ଯାଉଛି ବା ଏମସିବି ଟ୍ରିପ ହୋଇଯାଉଛି ଯାହା ଫଳରେ ଲୋକମାନେ ବିଦୁ୍ୟତ ସରବରାହରୁ ବଞ୍ଚିତ ହେଉଛନ୍ତି । ଟ୍ରାନ୍ସଫର୍ମର ଲାଗିଥିବା ସ୍ଥାନରେ ପ୍ରତିବର୍ଷ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରଜ ମହୋସôବ ପାଳିତ ହୋଇଥାଏ । ଯେଉଁଥିରେ କି ହଜାର ହଜାର ସଂଖ୍ୟକ ଲୋକ ଏକତ୍ରିତ ହୋଇଥାନ୍ତି । ମାତ୍ର ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବ୍ୟବସ୍ତା ନ ଥାଇ ମୁକୁଳା ପଡିଥିବାରୁ ଏହା ଦୁର୍ଘଟଣାକୁ ନିମନ୍ତ୍ରିତ କରୁଛି । ଦୁର୍ଘଟଣା ରୋକିବା ଓ ଉପଯୁକ୍ତ ବିଦୁ୍ୟତ ସେବା ଯୋଗାଇ ଦେବାପାଇଁ ତୁରନ୍ତ ୨୫କେଭି ଟ୍ରାନ୍ସଫର୍ମରକୁ ୧୦୦କେଭି ଟ୍ରାନ୍ସଫର୍ମରରେ ପରିଣତ ସହିତ ସୁରକ୍ଷା ବାଡ଼ ଦେଇ ବିଦୁ୍ୟତ ସେବା ଯୋଗାଇ ଦେବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା, ସଭାପତି ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।