ଆରପାରିରେ ବିଶିଷ୍ଟ ସଂଗଠକ ରମାବଲ୍ଲଭ
ପୁରୀ: ଜଣାଶୁଣା ସଂଗଠକ ସଂସ୍କୃତି ପ୍ରେମୀ ଆଡଭୋକେଟ୍ ରମାବଲ୍ଲଭ ମହାପାତ୍ର (୬୯) ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ପୁରୀ ସଦର ଅନ୍ତର୍ଗତ ବୀର ନରସିଂହପୁର ଗ୍ରାମରେ ଥିବା ପୈତୃକ ବାସଭବନରେ ବ୍ରେନ୍ ଷ୍ଟ୍ରୋକ୍ଔଝ ତାଙ୍କର ପରଲୋକ ଘଟିଛି ।
ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କର ସେ ବଡ ଭାଇ । ରମାବଲ୍ଲଭ ସ୍କାଉଟ ରୋଭରର ବରିଷ୍ଠ ସଦସ୍ୟ ଓ ବହୁ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ । ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଳା ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତାଙ୍କର ମୃତୁ୍ୟଖବର ଜଣିବା ପରେ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଂଚାନନ କାନୁନ୍ଗୋ ଓ ସାମ୍ବାଦିକ ରବି ଦାସ, ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ର, ବିଧାୟକ ଅନନ୍ତ ଜେନା, ସୁରେନ୍ଦ୍ର ପାତ୍ର, ଶ୍ରମିକ ନେତା ନବ ମହାନ୍ତି, ବିଜେପି ନେତା ସମୀର ମହାନ୍ତି, ସୁଭାଷ ପ୍ରଧାନ, ଜାରୀ ନେତ୍ରୀ ଶ୍ରୀମନ୍ତିନୀ ଜେନା, କଣ୍ଠଶିଳ୍ପୀ ସୋମା କର୍ମକାର, ପ୍ରଫେସର ବାଣୀକଣ୍ଠ ମିଶ୍ର, ଶ୍ରୀକାନ୍ତ ଚାଟାର୍ଜୀ, ନିରଂଜନ ପ୍ରହରାଜ, ସ୍ମରଜିତ ମହାନ୍ତି, ସୀତାବଲ୍ଲଭ ମହାପାତ୍ର, ବରଦା ଆଚାର୍ଯ୍ୟ, ହାଇକୋର୍ଟ ଆଡ଼ଭୋକେଟ୍ ବିଭୂ ପ୍ରସାଦ ତ୍ରିପାଠୀ, ସାମ୍ବାଦିକ ବିଶ୍ୱଜିତ୍ ମିଶ୍ର, ଶୁଭେନ୍ଦୁ ମହାପାତ୍ର, ବିଶିଷ୍ଟ ସଂଗଠକ ଦେବୀପ୍ରସାଦ ପୃଷ୍ଟି, ସମରେନ୍ଦ୍ର ସାହୁ, ଚିନ୍ମୟ ମିଶ୍ର, ବିଭୂତି ଭୂଷଣ ରଥ, ଭାରତୀ ଭୂଷଣ ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ବିଳମ୍ବିତ ରାତିରେ ତାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।