ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

 ଉମରକୋଟ/ଝରିଗାଁ  : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ୫ଟି ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାରମାନେ ଏକତ୍ରିତ ହୋଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏକ ଛଅଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ସରକାରଙ୍କ ପଞ୍ଚସଖା ଶିକ୍ଷା ଅଭିଯାନ ପକ୍ଷରୁ ପ୍ରତି ୫ଟି ବିଦ୍ୟାଳୟମାନଙ୍କରେ ରାତ୍ର ଜଗୁଆଳି ଓ ଝାଡୁଦାରମାନଙ୍କୁ ନିୟୋଜିତ କରାଯାଇଥିଲା । ସେମାନେ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲେଇ ବିଦ୍ୟାଳୟ ପରିସରକୁ ସଫାସୁତରା ରହୁଛନ୍ତି । ଏଥିସହିତ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକରେ ମଧ୍ୟ ସହଯୋଗ କରି ଆସୁଛନ୍ତି । ଏତେ ସବୁ କାର୍ଯ୍ୟ କରୁଥିବା ସତ୍ତ୍ୱେ ସେମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ସେ ସମସ୍ୟା ଗୁଡିକର ସମାଧାନ ପାଇଁ ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର ୩୦ରୁ ଊଦ୍ଧ୍ୱର୍ ରାତ୍ରି ଜଗୁଆଳି ଓ ଝାଡୁଦାର ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ସ୍ଥିତ ବାସଭବନରେ ପହଞ୍ଚô ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ନିୟମିତ ଦରମା ପ୍ରଦାନ କରିବା, ଦରମା ନିଜସ୍ୱ ପାସ୍ବହିକୁ ପଠେଇବା, ଜୀବନ ବୀମା ପ୍ରଦାନ କରିବା, ପାରିଶ୍ରମିକ ରାଶି ଦୁଇଗୁଣା କରିବା, ସ୍ଥାୟୀ ଚାକିରିର ମାନ୍ୟତା ଦେବା ଓ ବକେୟା ରାଶି ପ୍ରଦାନ କରିବା ଆଦି ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ହେମନ୍ତ ପୂଜାରୀ, ଅରୁଣ ମାଝୀ, ଭୁବନ ସାନ୍ତା, ଦୁର୍ଯେ୍ୟାଧନ ଗୌଡ଼, ଭରତ ଗଣ୍ଡ, ବଳରାମ ପୂଜାରୀଙ୍କ ସମେତ ତିରିଶରୁ ଊଦ୍ଧ୍ୱର୍ ବ୍ୟକ୍ତି ଉପସ୍ଥିତ ଥିଲେ ।