ଚିନ୍ତା କରନ୍ତୁ ଚିନ୍ତିତ କେଣେ?
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଚିନ୍ତିତ ନହୋଇ ଚିନ୍ତା କେମତି କରିବା ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି । ସେଇଟି ହେଲା "ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ।' ଏହାର ଅର୍ଥ ହେଲା କୌଣସି ଏକ ପ୍ରସଙ୍ଗରେ ସୀମାରୁ ଅଧିକ ଭାବରେ ଚିନ୍ତା କରିବା । ଏଠାରେ ଚିନ୍ତାର ଅର୍ଥ ହେଲା କୌଣସି ଗୋଟିଏ ଘଟଣାକୁ ବାରମ୍ବାର ମନ ଭିତରେ ଭାବିବା, ଯାହାକି ଅତୀତ ହୋଇସାରିଛି କିମ୍ବା ଆମ ନିୟନ୍ତ୍ରଣ ଭିତରେ ନାହିଁ । ଏ ପ୍ରକାରର ଚିନ୍ତା କରିଲେ ତାହା ଶାରୀରିକ ଭାବରେ ମନୁଷ୍ୟର ଅନେକ କ୍ଷତି କରେ । ଚିନ୍ତାର ଅର୍ଥ ହେଉଛି ମନନ ବା କୌଣସି ଏକ ସମସ୍ୟାରୁ ବାହାରକୁ ଆସିବା ପାଇଁ ସକାରାତ୍ମକ ଓ ନକାରାତ୍ମକ ଉଭୟ ପ୍ରକାରର ଚିନ୍ତା କରି ସମସ୍ୟାର ସମାଧାନ କରିବା । ହେଲେ ସମସ୍ୟାର ସମୟ ଅତିକ୍ରାନ୍ତ ହୋଇ ଯାଇଥିବା ବେଳେ ତା'ପରେ ଆଉ ସେସବୁ ବିଷୟରେ ଭାବି କିଛିବି ଲାଭ ହେବ ନାହିଁ । ସେ ପ୍ରକାରର ଚିନ୍ତା ମଣିଷକୁ କାନ୍ତାର ଭିତରକୁ ଠେଲି ଦିଏ । ସେ ପ୍ରକାରର ଚିନ୍ତା ନକରିବା ପାଇଁ ଯୁଗେ ଯୁଗେ ବହୁ ଉପଦେଶ ଦିଆଯାଇଛି ।
ସମସ୍ୟାରୁ ମୁକୁଳିବା ପାଇଁ ଚିନ୍ତା ଆବଶ୍ୟକ, କିନ୍ତୁ ନିଜ ଶରୀରକୁ ନଷ୍ଟ କରିବା ପାଇଁ ନୁହେଁ । କେଉଁ କାର୍ଯ୍ୟ କିଭଳି ଭାବରେ କରାଯିବ ସେଥିପାଇଁ ଚିନ୍ତା କରାଯାଏ । ଆଉ ଘଟି ଯାଇଥିବା କାର୍ଯ୍ୟ ଉପରେ ଚିନ୍ତା କରି ଆଉ କିଛି ଲାଭ ହୁଏ ନାହିଁ । ନଈକୂଳରେ ଘରଟିଏ କରିଥିଲେ ଦିନେ ତାହା ନଈବଢ଼ିରେ ଭାସିଯିବ ବୋଲି ଆଗରୁ ଚିନ୍ତା କରିବାର ଥିଲା । ହେଲେ ଘରଟି ଭାସିଯିବା ପରେ ଚିନ୍ତା କରିଲେ ଆଉ କିଛି ସୁଫଳ ମିଳିବ ନାହିଁ । ତେଣୁ ସେପ୍ରକାରର ଚିନ୍ତା ନକରି, ବରଂ ଭବିଷ୍ୟତରେ କିଭଳି ଭାବରେ ବିପଦର ସମ୍ଭାବନା ନଥିବା ସ୍ଥାନରେ ଘର କରାଯାଇପାରିବ, ତାହାର ଯୋଜନା କରିବା ଉଚିତ୍ ।
ଚିନ୍ତା କରନ୍ତୁ । ହେଲେ ଅତ୍ୟଧିକ ଚିନ୍ତିତ ହୋଇ ବ୍ୟତିବ୍ୟସ୍ତ ହେଇଯାଆନ୍ତୁ ନାହିଁ । ଜୀବନରେ ସବୁ ପରିସ୍ଥିତିକୁ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେେ