ଓଗେର
ସମୂହଙ୍କୁ ନେଇ ‘ଓଗେର’ ଶବ୍ଦ ଲାଗେ । କେହି ଯଦି ଜମି କବଲା, ପଟ୍ଟା ଦେଖିଥିବେ ତେବେ ଏ ଶବ୍ଦଟିକୁ ଅନେକ କ୍ଷେତ୍ରରେ ଥିବା ଦେଖିପାରିବେ । ଜମିଜମା ସରକାରୀ ରେକର୍ଡ଼ ଜମିର ଖଜଣା ସରକାର ନିଅନ୍ତି, ସେ ଏକ ପିତାଙ୍କର ପୁଅଝିଅଙ୍କ ପାଖରୁ ଅଲଗା ଅଲଗା କରି ଖଜଣା ନିଅନ୍ତି ନାହିଁ । ଜଣେ ମୁଖ୍ୟ ବ୍ୟକ୍ତି ଯେ ବଡ଼ ହୋଇଥିôବ ତାହାରି ନାମରେ ‘ଓଗେର’ ଲଗାଇ ଜମିର ମାଲିକାନା ଦରଜ କରି ଖଜଣା ନେଇ ପାଉତି ହାସଲ ବ୍ୟବସ୍ଥା କରିଛନ୍ତି । ଏହାର ସୂକ୍ଷ୍ମ ତର୍ଜମା କଲେ ବୁଝାଯିବ ଏହି ପରିବାରକୁ ବା ମୁଖ୍ୟ ଲୋକର ଭାଇଭଉଣୀମାନଙ୍କୁ ସେ ଭୂମିର ଅଧିକାର ସରକାର ଦେଇ ତାଙ୍କ ଠାରୁ ବାର୍ଷିକ ଭୂମିକର ଆଦାୟ କରୁଛନ୍ତି ।
ଯେତେବେଳେ ଭାରତର ସମ୍ବିଧାନ କାଏମ ହେଲା ଭାରତବର୍ଷ ସାର୍ବଭୌମ ଗଣତନ୍ତ୍ର ହେଲା ଏଥିରେ ସବୁଧର୍ମର ସବୁଜାତିର ସବୁ ପାଟକ ସବୁ ବାସିନ୍ଦାଙ୍କ ପାଇଁ ରାଜ କାନୁନ ଜାହିର ହେଲା । ଏସବୁ ଦେଶର ପ୍ରଜା, ଯେ ପ୍ରଜା ସେ ରାଜ କାନୁନ ମାନିବାକୁ ବାଧ୍ୟ । ରାଜାଙ୍କୁ ବି ବାର୍ଷିକ କର ଦେବାକୁ ବାଧ୍ୟ । ଦେଶର ପ୍ରଗତି ପାଇଁ ସମୟ ସ୍ତରକୁ କାନୁନ ହେବ । ମୂଳ କାନୁନ ସଂସ୍କାର ହେବ । ପୁଣି ନୂଆ ସମସ୍ୟା ଆସିଲେ ନୂଆ କାନୁନ ଲାଗିବ ଏହାକୁ ସବୁ ପ୍ରଜା ମାନିବାକୁ ବାଧ୍ୟ । ଦିନେ ଆମେ ପଢ଼ିଛୁ ଚୀନ ଦେଶର ଲୋକ ସଂଖ୍ୟା ଅଧିକ କିନ୍ତୁ ଆଜି ଭାରତର ଲୋକ ସଂଖ୍ୟା ତାହାଠାରୁ ଅଧିକ । କିନ୍ତୁ ଆଜି ଭାରତର ଲୋକ ସଂଖ୍ୟା ତାହାଠାରୁ ଅଧିକ । ଏହାର କାରଣ ଓଗେର ମାନେ ବା ସବୁ ଧର୍ମ ସମ୍ପ୍ରଦାୟମାନେ ଧର୍ମଦ୍ୱାହିରେ କାନୁନକୁ ଅବମାନନା କରୁଛନ୍ତି ।
ଦେଶରେ ଜନ୍ମ ନିୟନ୍ତ୍ରଣର କାନୁନ ପ୍ରଜା ଓଗେରଙ୍କ ହୋଇଛି । ମାତ୍ର ସବୁ ପ୍ରଜା ଏହାକୁ ସଠିକ ମାନୁ ନାହାଁନ୍ତି । ଆମେ ଦୁଇ ଆମର ଦୁଇ ପ୍ରୟୋଗ ଏବେ ତମାଦି । ଜନ୍ମରୁ କିଛି ବ୍ୟବଧାନରେ ମୃତୁ୍ୟ, ଅକାଳ ମୃତୁ୍ୟକୁ ଛାଡ଼ି ଦେଲେ ସ୍ୱାଭାବିକ ମୃତୁ୍ୟ ମଧ୍ୟରେ ମନୁଷ୍ୟ ପ୍ରଜନନ ଶକ୍ତି ସର୍ବୋଚ୍ଚ ଧରିଲେ ପଚାଶ ବର୍ଷ ମଧ୍ୟରେ । ଏହାବାଦ ନାରୀମାନେ ଅପାରଗ ହୋଇଯାଆନ୍ତି । ଯଦି ବିବାହ ବୟସ ସର୍ବନିମ୍ନ ନାରୀମାନଙ୍କର ୧୮ ବର୍ଷ ତେବେ ପୁରୁଷ କିଛି ଉପାର୍ଜନକ୍ଷମ ହେଲା ପରେ ବିବାହ ହେଉଛନ୍ତି ।ତେବେ ପାଠପଢ଼ା ଶେଷ କଲାବେଳକୁ ପ୍ରାୟ ୨୧-୨୩ ବର୍ଷ ବା ୨୫ ବର୍ଷ ପାଖାପାଖି ଲାଗୁଛି । ଏହାପରେ ବୃତ୍ତି ଧନ୍ଦା ଚିନ୍ତା ।ଏହାପରେ ଲୋକ ବିବାହ କରି ସନ୍ତାନ ଚିନ୍ତା କରୁଛି, ସନ୍ତାନର ଜନ୍ମରୁ ପଇସା ଖର୍ଚ୍ଚ ଆରମ୍ଭ । ଏହାକୁ ଶିକ୍ଷିତ କରି ଠିଆ କରିବାକୁ ଯଦି ୨୫ ବର୍ଷ ଲାଗେ ତେବେ ପଚାଶ ବର୍ଷ ଏକ ବ୍ୟକ୍ତିକୁ ଓ ତାର ସ୍ଥିତିକୁ ପ୍ରାୟ ୪୫ ବର୍ଷ ବୟସ ପାଖାପାଖି ହେବ । ଅତଏବ ଉତ୍ତମ ଭାବରେ ଏହି ଚକ୍ର ଚଳାଇବା ପାଇଁ ଯେଉଁ ଢ଼ାଞ୍ଚା ବନ୍ଧା ଯାଇଛି ତାକୁ ଏଇ ଓଗେର ପ୍ରଜାଙ୍କ ମଧ୍ୟରେ ଅନେକ ଅଣଦେଖା, ଅନେକ ଏକାଧିକପତ୍ନୀ ଗ୍ରହଣ କରିବାରେ ଧର୍ମୀୟ ବାଧା ନାହିଁ ,କିନ୍ତୁ ଦେଶ କାନୁନ ଏହା କହୁନାହିଁ । ଏପରି ହେଲେ ଲୋକ ବସତି ଖାଦ୍ୟ ପାନୀୟ ଜଳ ସ୍ୱାସ୍ଥ୍ୟ ଧନ୍ଦା ଖୋଜରେ ଯିବାରେ ସରକାରଙ୍କର ସମସ୍ୟା ବେଳୁ ବେଳ ବଢ଼ିବ । ଶିକ୍ଷା, ସଂସ୍କାର ଓ ଧର୍ମଶାସ୍ତ୍ର ଉପରେ ନକରାଗଲେ ଲୋକେ ଅଣଦେଖା ଶାସ୍ତ୍ରକୁ ନକରି କେବଳ ଲୋକବାକ୍ୟରେ ଚାଲିଲେ ଘଟଣା ଜନସଂଖ୍ୟା ବିସ୍ଫୋରଣକୁ ଚାଲିଯିବ । ଦିନେ ପିଲା ସ୍ରଷ୍ଟା ଦେଖିବେ ତାଙ୍କ ପିଲାର ମାରାତ୍ମକ ଅବସ୍ଥା । ରହିବାକୁ ସ୍ଥାନ, ଖାଇବାକୁ ଭୋଜନ, ଅର୍ଜନକୁ ବୃତ୍ତି ବି ନଥିବ । ପିନ୍ଧିବାକୁ ବସ୍ତ୍ର ମିଳିବ ନାହିଁ । ଭାରତବର୍ଷର ପ୍ରଜା ଓଗେର ଟିକେ ଭାବନ୍ତୁ । ଖାଲି ଧର୍ମ ଧର୍ମ ହୁଅନ୍ତୁ ନାହିଁ । ସବୁ ସଂସ୍କାର ହେଉଛି ଶିକ୍ଷାର ସଂସ୍କାର ଚଳନିରେ ସଂସ୍କାର, ଭୋଜନରେ ସଂସ୍କାର ସହିତ ଧର୍ମନୀତିର ସଂସ୍କାର ଦରକାର । ପିତା ଧୃତରାଷ୍ଟ୍ର ମାତା ଗାନ୍ଧାରୀଙ୍କର ଏକ ଶତପୁଅ ଓ ଏକ ଝିଅ ଥିଲେ । ପ୍ରକୃତରେ ପାଣ୍ଡୁ ଥିଲେ ସେ ଦେଶର ରାଜା ।ତାଙ୍କର ଅବର୍ତ୍ତମାନରେ କାମଚଳା ଦାୟିତ୍ୱରେ ଥିଲେ ଧୃତରାଷ୍ଟ୍ର ଯେ ଜନ୍ମାନ୍ଧ । ଜନ୍ମାନ୍ଧ ପ୍ରଶାସନରେ କଣ ବୁଝିବେ? ଯେ ଦଲିଲ ପଢ଼ି ପାରିବେ ନାହିଁ ଘଟଣା ସଂସଦର୍ଶନ କରିପାରିବେ ନାହିଁ । ହେଲେ ବିଲେଇ କପାଳକୁ ଶିକା ଛିଡ଼ିଲା । ପଣ୍ଡୁ ପାରିଧି ଯାଇ ଜଙ୍ଗଲରେ ମରିଗଲେ । ଅନ୍ଧ, ଅପାଠୁଆ, ଅନଭିଜ୍ଞ ଜଣେ ରାଜପଦରେ ରହିଲେ ପ୍ରଜା ଓଗେର ନିଶ୍ଚିତ ଦଣ୍ଡିତ ବୃଥାରେ ହେବେ ଏକଥା କେବେ ମିଥ୍ୟା ନୁହଁ । ତାହା ତତକାନୁନରେ ଦେଖାଯାାଇଥିଲା । ଖେଳ ହୁଏ, ଖେଳରେ ବୋଝ ନେଲେ କ'ଣ ତାର ସର୍ବସ୍ୱ ହରାଇବକୁ ପଡ଼ିବ, ଯେମିତି ଯୁଆଖେଳ ଏବେ ଲୋକଙ୍କୁ ସର୍ବସ୍ୱାନ୍ତ କରୁଛି । ଖେଳ ହାରିଲେ ସ୍ତ୍ରୀକୁ ସଭାରେ ଅପମାନ କରାଯିବ! ଏ’କି କାନୁନ? ଭାଇ ଭାଗ ବଣ୍ଟନରେ ଅଧିକାର ଭୂମି ବସିଗଲେ ଏବେ ବଡ଼ ଦୁର୍ଯେ୍ୟାଦନ ଓଗେର କେମିତି ଚଳିବେ? ଏପାଇଁ ଶେଷରେ ପାଞ୍ଚ ଖଣ୍ଡି ପଡ଼ା ଦେବାକୁ ବି ଅରାଜି ଦୁର୍ଯେ୍ୟାଧନ ହୋଇଥିଲେ । ଜନସଂଖ୍ୟାରେ ‘ଓଗେର’ଙ୍କ ପାଇଁ ମାରାତ୍ମକ ଚିନ୍ତା ନିଶ୍ଚୟ ଆସେ ଯହିଁରେ ଶେଷରେ ମହାଭାରତ ଯୁଦ୍ଧ ହୋଇଥିଲା ।
ଅଜୟ କୁମାର ବେହେରା
ମୋ: ୯୪୩୭୦୩୧୨୫୩