ମେଡିସିନ ରିପ୍ରେଜେଣ୍ଟେଟିଭ ନରେନ୍ଦ୍ରଙ୍କ ଠାରୁ ଲୁଟ ଅଭିଯୋଗ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କହରାପୋଖରୀ ୪ ନଂ କେନାଲ ନିକଟରେ ଗୁରୁବାର ଅପରାହ୍ନରେ ଜନୈକ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ ହୋଇଥିôବା ଅଭିଯୋଗ ହୋଇଛି । ଗଣେଶ ଏଣ୍ଟରପ୍ରାଇଜର ମେଡିସିନ ସପ୍ଲାଏରେ କାର୍ଯ୍ୟ କରୁଥିବା ବାସୁଦେବପୁର ଥାନା ଆରୁହା ଗ୍ରାମର ନରେନ୍ଦ୍ର ପ୍ରସାଦ ପାଢୀ ଗୁରୁବାର ଦିନ ୩.୨୦ ମି. ସମୟରେ ଭଣ୍ଡାରିପୋଖରୀରୁ ନଗଦ ୮୫ ହଜାର ଟଙ୍କା, ୧୦ ହଜାର ଟଙ୍କା ଚେକ ସହ ଅନ୍ୟାନ୍ୟ କାଗଜପତ୍ର ଥିବା ବ୍ୟାଗ ଧରି ବାଇକ ଯୋଗେ ଭଦ୍ରକ ଫେରୁଥିଲେ । କଳା ରଙ୍ଗର ମୋଟର ସାଇକେଲରେ ପଛରୁ ତାଙ୍କୁ ଫଲୋ କରି ୨ ଜଣ ଆରୋହୀ ଦ୍ରୁତଗତିରେ ଆସି ଟଙ୍କା ବ୍ୟାଗକୁ ଝାମ୍ପିନେଇ ଭଦ୍ରକ ଆଡକ ପଳାଇଥିଲେ । ନରେନ୍ଦ୍ର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏଥିନେଇ ଥାନାରେ ମାମଲା ଋଜୁ ହୋଇନାହିଁ । ତେବେ ପଲିସ ଅଭିଯୋଗକାରୀଙ୍କୁ ନେଇ ଘଟଣାସ୍ଥଳରେ ତଦନ୍ତ ଚଳାଇଛି ।