ଜେଇଇ ମେନ : କେଜିଆଇ ଛାତ୍ରଛାତ୍ରୀଙ୍କ ସଫଳତା
ବ୍ୟାସନଗର : କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ଅଧିନସ୍ଥ କଳିଙ୍ଗ ହାୟର୍ ସେକେଣ୍ଡାରୀ ସ୍କୁଲର ପ୍ରବେଶିକା ପରୀକ୍ଷା ପାଇଁ ଥିବା ବିଭାଗ କଳିଙ୍ଗ ଗ୍ଲୋବାଲ ଏକାଡେମୀର ଯାଜପୁର ରୋଡ଼ର ପ୍ରଥମ ବ୍ୟାଚର୍ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କଳିଙ୍ଗ ହାୟର୍ ସେକେଣ୍ଡାରୀ ସ୍କୁଲର ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ୩ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ପ୍ରଚେଷ୍ଟାରେ ଦୁଇ ଛାତ୍ର ସୋମନାଥ ଜେନା ଏବଂ ସିତୁନ ସାଉ ଯଥାକ୍ରମେ ୯୩ ଏବଂ ୯୧ ପ୍ରତିଶତରେ ନମ୍ବର ରଖି ଅନୁଷ୍ଠାନକୁ ଗୌରବ ଆଣି ଦେଇଛନ୍ତି । ୪ବର୍ଷ ଧରି ମାଟ୍ରିକ ହେଉକି +୨ ବିଜ୍ଞାନରେ କଳିଙ୍ଗର ଛାତ୍ରଛାତ୍ରୀ ଅଧିକ ମାର୍କ ରଖି ରେକର୍ଡ କରୁଥିବା ସମୟରେ ପ୍ରଥମ ଉଦ୍ୟମରେ ଜେଇଇ ମେନ୍ ପରୀକ୍ଷାରେ ଏଭଳି ସଫଳତା ପାଇଛନ୍ତି । ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ, ଅଭିଭାବକ ତଥା କେଜିଆଇର ସମସ୍ତ କର୍ମଚାରୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି । ଆଗାମୀ ଦିନରେ କଳିଙ୍ଗର ଛାତ୍ରଛାତ୍ରୀ ଆହୁରି ଆଗକୁ ଯିବେ ବୋଲି ଚେୟାରମ୍ୟାନ ଇଂ ଆଲେକଜାଣ୍ଡାର ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି