ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟୁଥିବା ଆଶାକର୍ମୀଙ୍କୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

 ଭୁବନେଶ୍ୱର  : ଓଡ଼ିଶାବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିସôା ସୁବିଧା ଓ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର ବହୁପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ରାଜ୍ୟରେ ଲାଗୁ କରିଛନ୍ତି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ  ଯୋଜନାଗୁଡିକର ସଫଳ ରୂପାୟନ ଓ ଲୋକଙ୍କ ପାଖରେ କାର୍ଡ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସରକାରଙ୍କ ନିଦେ୍ର୍ଦଶରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଆଶା ଓ ଅନ୍ୟ ସହଯୋଗୀମାନେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରୁଛନ୍ତି । ଯୋଜନା ଗୁଡିକର ସଫଳ ରୂପାୟନ ସହ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଶା କର୍ମୀ ଓ ଅନ୍ୟମାନଙ୍କର ଆନ୍ତରିକ ପ୍ରୟାସ ଏବଂ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ।
ସମସ୍ତଙ୍କ ମିଳିତ ପ୍ରୟାସ ଦ୍ୱାରା ଖୁବ କମ ସମୟ ମଧ୍ୟରେ ଆମେ ସାଢେ ତିନି କୋଟିରୁ ଊର୍ଦ୍ଧ୍ୱ କାର୍ଡ ବଣ୍ଟନର ଲକ୍ଷ୍ୟକୁ ନିଶ୍ଚିତ ଭାବେ ହାସଲ କରିପାରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି ।