ଆୟୁଷ୍ମାନ ଭାରତ ଯୋଜନା ପ୍ରସ୍ତୁତି ବୈଠକ 

ଦଶପଲ୍ଲା : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପଞ୍ଚାୟତ ସତି କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତ୍ରତ୍ୱରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ମିଳିତ ଭାବେ ଆସନ୍ତା ୧୧ ତାରିଖ ଦିନ ଓଡ଼ିଶାରେ ଉଦ୍ଘାଟନ ହେବାକୁ ଯାଉଥିବା ବେଳେ, ଓଡ଼ିଶାର ସମସ୍ତ ବ୍ଲକ୍ରେ କିପରି ଏହା ସୁବ୍ୟବସ୍ଥା ଭିତରେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ଦଶପଲ୍ଲାର ସମସ୍ତ ପଞ୍ଚାୟତ ଗୁଡିକୁ ୫ଟି ଜୋନରେ ବିଭକ୍ତ କରାଯାଇ ସେଠାରେ ଲୋକଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏହି ଜୋନ ଗୁଡିକ ମଧ୍ୟରେ ଛଡେୟାପଲ୍ଲୀ, ବାଣୀଗୋଛା, କଲସଖମଣ ନୂଆଗାଁ ଓ ଟକରା ଠାରେ ଏହି ଦିନରେ ପ୍ରାୟ ୨୫୦ ହିତାାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ, ବଳକା ହିତାଧିକାରୀଙ୍କ ଘରକୁ ଘର ବୁଲି କାର୍ଡ ବଣ୍ଟନ କରାଯିବ । ଏଥି ସହ ୭୦ ବର୍ଷରୁ ଊର୍ଦ୍ଧ୍ୱ ବଯସର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ । ଏହି ପ୍ରସ୍ତୁତି ବୈଠକରେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ତୁଷାର ରଞ୍ଜନ ସାହୁ, ଜନ ସ୍ୱାସ୍ଥ୍ୟ ସହାୟକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କବି, କମ୍ପୁ୍ୟଟର ପ୍ରୋଗ୍ରାମର ବିପିନ ବିହାରୀ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିୟରଞ୍ଜନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।