ସିସିଟିଭି ବିକ୍ରେତାଙ୍କ କବ୍ଜାରେ ଗ୍ରାହକ: ନାମିଦାମୀ କମ୍ପାନୀର ଷ୍ଟିକର ଲଗାଇ କରୁଛନ୍ତି ଶୋଷଣ  

 କାକଟପୁର: ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଥିବା ବେଳେ ଏହାର ଫାଇଦା ନଉଛନ୍ତି ଅସାଧୁ ସିସିଟିଭି ବିକ୍ରେତା । ସିସିଟିଭିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ଅଫିସ, ଦୋକାନ, ମଠ, ମନ୍ଦିରରେ ଏବେ ବହୁ ମାତ୍ରରେ ସିସିଟିଭି ଲଗାଯାଉଛି ଏହାର ଫାଇଦା ନେଇ ବିକ୍ରେତା କଲିକତା, ରୟପୁରରୁ କ୍ୟାମେରା ଆଣି ଦାମୀ କମ୍ପାନୀର ଷ୍ଟିକର ମାରି ଲୋକଙ୍କୁ ଦିନରେ ଚୁନା ଲଗାଇବା ସହିତ ଲୋକଙ୍କୁ ମନ ଇଛା ଲୁଟୁଛନ୍ତି । ସରଳ ବ୍ୟବସାୟୀଙ୍କୁ ନିମ୍ନମାନର କ୍ୟାମେରା ଲଗାଇ ଦାମୀ କମ୍ପାନୀର କହି ୨ବର୍ଷର ଗ୍ୟାରେଣ୍ଟି ଦେଇ ମୋଟା ଅଙ୍କର ଟଙ୍କା ନେଇ ଚମ୍ପଟ ମାରୁଛନ୍ତି । କ୍ୟାମେରା ଖରାପ ହେଲେ ଫୋନ ଉଠାଉ ନାଁହାନ୍ତି ଯଦି କେବେ କେବେ ଫୋନ ଉଠାଉଛନ୍ତି କହୁଛନ୍ତି ଗ୍ୟାରେଣ୍ଟି ସରିଗଲାଣି ସର୍ଭିସ ଚାର୍ଜ ଲାଗିବ । ଯେତିକି ଟଙ୍କା ସର୍ଭିସ ଚାର୍ଜ କରୁଛନ୍ତି ସାଧାରଣ ବ୍ୟବସାୟୀ ଦେବାକୁ ସକ୍ଷମ ହୋଇ ନ ପାରିବାରୁ ଛାଡି ଚାଲିଯାଉଛନ୍ତି । ତେଣୁ ଏହି ଅସାଧୁ ସିସିଟିଭି ବିକ୍ରେତା ଓ ସର୍ଭିସ ଯୋଗାଉଥିବା ଲୋକଙ୍କୁ ସାଧାରଣରେ ନିନ୍ଦା କରାଯିବା ସହିତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।