ମା’ କାଳୀଜାଈଙ୍କ ମନ୍ଦିର ପ୍ରତିଷ୍ଠା
ଚିଲିକା: ଟାଙ୍ଗୀ ପଞ୍ଚାୟତ ସମିତି ଅନ୍ତର୍ଗତ ମଙ୍ଗଳାଯୋଡି କୈବର୍ତ୍ତ ସାହିରେ ମା କାଳିଜାଈଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହାର ପୂର୍ଣ୍ଣାହୁତି କାର୍ଯ୍ୟରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଚିଲିକାରୁ ମାଛଧର ଧରା ବନ୍ଦ ରଖାଯାଇଥିଲା । ପ୍ରତି ସନ୍ଧ୍ୟାରେ ରାମ ନାଟକ ପରିବେଷିତ ହୋଇଥିଲା । କୈବର୍ତ୍ତ ସାହିର ପ୍ରତ୍ୟେକ ପରିବାର ସଦସ୍ୟ ସଦସ୍ୟାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିଲା ।