ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ଦିବ୍ୟାଂଶୀ
ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଗ୍ରାମର ବିଜୟ କୁମାର ସାହୁଙ୍କ ଦୁଇବର୍ଷ ନଅ ମାସର ଝିଅ ଦିବ୍ୟାଶୀଂ ସାହୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି । ଛୋଟ ବୟସରେ ବିନା ତାଲିମରେ ଇଂଲିଶ ବର୍ଣ୍ଣମାଳାର ୨୬ ଗୋଟି ଅକ୍ଷର ଚିହ୍ନିବା ସହ ୮ଟି ଗ୍ରହର ନାମ କହି ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କର ବିସ୍ମୟ କାର୍ଯ୍ୟ ପରିବାର ତଥା ଅଞ୍ଚଳ ପାଇଁ ଗୈାରବ ଆଣିଛି । ସୂଚନା ଅନୁଯାୟୀ, ଦିବ୍ୟାଶୀଂ ଅଗଷ୍ଟ ୨୦୨୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନେକ ସମୟରେ ଚମକôାର କାର୍ଯ୍ୟକଳାପ ଦେଖାଉଥିଲେ । ଏହାକୁ ଦୃଷ୍ଟିରେ ରଖି ପରିବାର ଲୋକେ ପ୍ରତିବର୍ଷ ହେଉଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରତିଯୋଗୀତାକୁ ଦିବ୍ୟାଶୀଂଙ୍କ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପକୁ ଭିଡିଓ ରେକର୍ଡ କରି ପଠାଇଥିଲେ । ଏହାକୁ ଯାଞ୍ଚ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ (ଆଇବିଆର୍) ଦିବ୍ୟାଶୀଂଙ୍କୁ ‘ଆଇବିଆର ଆଚିଭର' ଭାବେ ଚୟନ କରି ସାର୍ଟିଫିକେଟ ପ୍ରଦାନ କରିଛି ।