ଇନ୍ଦୁ ପୂର୍ଣ୍ଣିମା ଗଣେଶ ମହୋତ୍ସବର ପ୍ରସ୍ତୁତି ବୈଠକ

 ଟାଙ୍ଗୀ-ଚୌଦ୍ୱାର : ଗୋଡିପଟଣା ସ୍ଥିତ ଇନ୍ଦୁ ପୂର୍ଣ୍ଣିମା ଗଣେଶ ପୂଜା ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଚାରିଘେରିଆ ସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ଜୋନ୍ ୱାନ ଏସିପି ଅରୁଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯାତ୍ରା ଶାନ୍ତି କମିଟି ଓ ପୂଜା କମିଟିର ସମସ୍ତ ସଦସ୍ୟ ସହ ଅତିରିକ୍ତ ତହସିଲଦାର, ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରୀ, ଜନ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ, ବିଜୁଳି ବିଭାଗ କନିଷ୍ଠ ଯନ୍ତ୍ରୀ, ଦମକଳ ବିଭାଗ ପ୍ରମୁଖ ଅଧିକାରୀଙ୍କ ସମେତ ପୂଜା କମିଟି ମୁଖ୍ୟ ନରେନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ବୈଠକରେ କୋର୍ଟ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମକୁ କଡାକଡୀ ଭାବେ ପାଳନ କରିବାକୁ ଚୌଦ୍ୱାର ଥାନାଅଧିକାରୀ ବିଶ୍ୱ ରଞ୍ଜନ ସାହୁ କହିଥିଲେ । ଅନ୍ୟ ପକ୍ଷରେ ମଣ୍ଡପରୁ ୯ ତାରିଖରେ ସମସ୍ତ ମେଢ଼ ଯାତ୍ରା ପଡିଆକୁ ଆସିବ ଓ ୧୦ ତାରିଖରେ ନିଜ ନିଜ ନମ୍ବର ଓ ସମୟ ଅନୁସାରେ ଭସାଣିକୁ ଯିବେ ବୋଲି ନିଷ୍ପତି ନିଆଯାଇଥିଲା ।