"ଜାଗ ମୟୂରଭଞ୍ଜ ଜାଗ’ର ପ୍ରୟାସ  ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ

 ସାରସକଣା  : ସାରସକଣା ବ୍ଲକର ଦିବ୍ୟାଙ୍ଗ ସବିତା ଜଣେ ଦିବ୍ୟାଙ୍ଗ  । ସେ ଚାଲିବା ପାଇଁ ସକ୍ଷମ ନୁହଁନ୍ତି  । ତାଙ୍କ ପାଇଁ ସାହାରା ହେଉଛି ହୁଇଲଚେୟାର  । ଦୁଃଖର ବିଷୟ ଦୀର୍ଘ ବର୍ଷ ତଳେ ସରକାରଙ୍କ ତରଫରୁ ଗୋଟେ ହୁଇଲଚେୟାର ମିଳିଥିଲା  । ଏବେ ତାହା ଭାଙ୍ଗିଯାଇଛି  । ଖଣ୍ଡେ ହୁଇଲଚେୟାର ପାଇଁ ତାଙ୍କ ବାପା ପ୍ରଶାସନକୁ ବାରବାର ନିବେଦନ କରିଥିଲେବି କେହି ବି ଶୁଣିନଥିଲେ  । ପୁରୁଣା ଭଙ୍ଗା ହୁଇଲଚେୟାରକୁ ବାଉଁଶ କାଠରେ ବାନ୍ଧି ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ  । ଜନପ୍ରତିନିଧି କିମ୍ବା ପ୍ରଶାସନର ଏଥିପ୍ରତି ନିଘା ନଥିଲା 
ଦିଘି ଗ୍ରାମ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଦିବ୍ୟାଙ୍ଗ ମହାସଂଘର ଜିଲ୍ଲା ସଭାପତି ଅରୁଣ କୁମାର ବେହେରାଙ୍କ ନଜରରେ ଆସିଥିଲା  । ଏପରି ଅବସ୍ଥା ଦେଖି ଅରୁଣ ବେହେରା, ଏ ବାବଦରେ "ଜାଗ ମୟୂରଭଞ୍ଜ ଜାଗ’ ଟ୍ରଷ୍ଟର ସମସ୍ତ ସଭ୍ୟମାନଙ୍କ ସହ ଆଲୋଚନା କରିଥିଲେ  । ଟ୍ରଷ୍ଟର ସମ୍ପାଦିକା ତାପସ୍ୱିନୀ ରଣାଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ସବିତାଙ୍କୁ ଗୋଟେ ନୂତନ ହୁଇଲଚେୟାର ପ୍ରଦାନ କରାଯାଇଛି  ।  ହୁଇଲଚେୟାର ପ୍ରଦାନ ବେଳେ ସମାଜସେବୀ ବିଶ୍ୱନାଥ ମହାନ୍ତଙ୍କ ସହିତ ଶକୁନ୍ତଳା ନାଏକ,ସାବିତ୍ରୀ ସିଂ,ଲଷ୍ମଣ ଦାସ ଉପସ୍ଥିତ ରହି ହୁଇଲଚେୟାର ପ୍ରଦାନ କରିଥିଲେ  । ଏପରି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିବା ସହିତ ଅରୁଣ ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।