ଚମ୍ପୁଆ ଆଥଲେଟିକ ଆସୋସିଏସନ ପକ୍ଷରୁ ଗଣଦୌଡ

 ଚମ୍ପୁଆ : ଚମ୍ପୁଆ ଆଥେଲେଟିକ ଆସୋସିଏସନ ପକ୍ଷରୁ ଗଣଦୌଡ ତଥା ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରଜିଆ ପଂଚାୟତ କାର୍ଯ୍ୟାଳୟ ଠାରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ଏସଡିପିଓ ରସ୍ମିରଂଜନ ସାହୁ, ଉପଖଣ୍ଡ ଚିକିସôାଧିକାରୀ ଉମାକାନ୍ତ ସାହୁ, ଆଥେଲେଟିକ ଆସୋସିଏସନ ସଭାପତି ଅଭୟ କୁମାର ଦାସ,ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ରଜିଆ ସରପଂଚ ସନ୍ତୋଷ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଫିତାକାଟି ଗଣଦୌଡର ଶୁଭାରମ୍ବ ସୂଚନା ଦେଇଥିଲେ । ଏହି ପ୍ରତିଯୋଗିତା ମୂଳକ ଗଣ ଦୌଡରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଯୋଗି ଭାଗ ନେଇ ରଜିଆ ଠାରୁ ଚମ୍ପୁଆ ନେହେରୁ ଷ୍ଟାଡିୟମ ପର୍ଯ୍ୟନ୍ତ ୭.୫ କିମି ଦୌଡିଥିଲେ । ଟ୍ରାଫିକ ସମସ୍ୟା ଓ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଥିବା ବେଳେ ଡାକ୍ତର ଧର୍ମପଦ ଦାସ ମହାପାତ୍ରଙ୍କ ତତ୍ୱାବଧାନରେ ମେଡିକାଲ ଟିମ ସଜାଗ ରହିଥିଲେ । ଏହି ପ୍ରତିଯୋଗିତାରେ ଚାଇଁବସାର ମଙ୍ଗୁ ଇଛାଘୁଟୁ ପ୍ରଥମ, ଟାଟାନଗରର ଚିରଂଜିତ ପୁର୍ତୀ ଦିତୀୟ, ରାଇରଙ୍ଗପୁରର ଆସମାନ ପୁର୍ତୀ ତୃତୀୟ ଓ ଶୁକୃଳିର ରାଜେସ କେରେଇ ଚତୁଥ ହୋଇଥିଲେ ।