ପୁଲିସ ପଞ୍ଝାରେ ୨ ବାଇକ୍ ଲୁଟେରା
ହିଞ୍ଜିଳିକାଟୁ: ଗତ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୩୩କେଭି ବିଦୁ୍ୟତ୍ ସଂଯୋଗୀକରଣ ସକାଶେ ବ୍ୟବହୃତ ଆଲୁମିନିୟମ ବିଦୁ୍ୟତ ତାର ଚୋରୀ କରି ଚମ୍ପଟ ମାରୁଥିଲେ ଲୁଟେରା ଦଳ । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଆଲୁମିନିୟମ ବିଦୁ୍ୟତ ତାର ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ ଲୁଟେରା ଦଳ । ଏଭଳି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମରେ ଦେଖିବାକୁ ମିଳିଛି । ପୁଲିସକୁ ଦେଖି ଲୁଟେରାମାନେ ଚୋରୀ କରିଥିବା ଆଲୁମିନିୟମ ବିଦୁ୍ୟତ ତାର ଗ୍ରାମ ଫୋଖରୀକୁ ଫୋପାଡି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି । ୨ ଜଣ ଲୁଟେରାଙ୍କୁ ପୁଲିସ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୮କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଆଲୁମିନିୟମ ବିଦୁ୍ୟତ ତାର ଜବତ କରିବା ସହ ଚୋରୀ ପାଇଁ ବ୍ୟବହୃତ ଗୋଟିଏ ଟାଟାଏସି ଗାଡି, ଏକ ଯାତ୍ରୀବାହୀ ଅଟୋ ସହ ୨ଟି ମୋଟର ସାଇକେଲକୁ ଜବତ କରିଛି । କାବୁ କରିଥିବା ୨ ଲୁଟେରାଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କରୁଛି ।