ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

 ରସୁଲପୁର: ଅଭିମନୁ୍ୟ ସାମନ୍ତସିଂହାର ଭବନ କୁଆଖିଆ ଠାରେ ଏସୟୁଜେ ଯାଜପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ  ଆଲୋଚନାଚକ୍ର ଜିଲ୍ଲା ସଭାପତି ସୁବାଷ ଧଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସ୍ଥାନୀୟ ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନାଧିକାରିଣୀ ଚିନ୍ମୟୀ ସାହୁ, ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ଏନୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସେବା, ନିଷ୍ଠା ଓ ଦାୟିତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ । ରସୁଲପୁର ବ୍ଲକ୍ ଶାଖାର ଆୟୋଜନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ବାର୍ଷିକ ବିବରଣୀ ପାଠ ସହିତ ସଂଗଠନ ଲକ୍ଷ୍ୟ ଆଭିମୁଖ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଥିଲେ । ଜିଲ୍ଲା ସାଂଗଠନିକ ସମ୍ପାଦକ ଅମୁଲ୍ୟ ବରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପରିବେଶବିତ୍ ଗୋପୀନାଥ ପତି ଏବଂ ସମାଜସେବୀ ପ୍ରଶାନ୍ତ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବରିଷ୍ଠ ସଭ୍ୟ କୈଳାସ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପକ୍ଷରେ ସର୍ବସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ନିମନ୍ତେ ଜିଲ୍ଲା ସଭାପତି ଭାବେ ସୁବାଷ ଧଳ, ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ, କାର୍ଯ୍ୟକାରୀ ସଭାପତି ସନ୍ଦିପ୍ତ ରାୟ, ଉପସଭାପତି ମହେଶ୍ୱର ଜେନା, ହରିହର ବାରିକ, ସୀତାକାନ୍ତ ସାମଲ, ଉମାକାନ୍ତ ରାଉତ, ପରମାନନ୍ଦ ସାହୁ, ସମ୍ପାଦକ ରୁପେ ପ୍ରଶାନ୍ତ ନାୟକ, ପ୍ରଭାତ ତ୍ରିପାଠୀ, ପ୍ରତୁ୍ୟଷ ନାୟକ, ପ୍ରକାଶ ରାଉତ ଓ ସେକ୍ ସବିରୁଦ୍ଦିନଙ୍କୁ ନିଆଯାଇଥିବା ବେଳେ, କୋଷାଧ୍ୟକ୍ଷ ବିରଂଚିନାରାୟଣ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲ୍ଲା ସାଂଗଠନିକ ସମ୍ପାଦକ ଅମୁଲ୍ୟ ବରାଳ, ସହ ସଂଗଠନ ସମ୍ପାଦକ ସତ୍ୟଜିତ ସାମଲ, ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ସ୍ୱତନ୍ତ୍ର ଅଧ୍ୟକ୍ଷ ତରୁଣ ନନ୍ଦ ଓ ଜିଲ୍ଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଭାବେ ବିଭୁ ପ୍ରସାଦ ପୃଷ୍ଟି ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋଜ କୁମାର ପରିଡ଼ା, ଡ଼ଃ ନିତ୍ୟାନନ୍ଦ ମିଶ୍ର, ପବିତ୍ର ରାଉତରାୟ, କୈଳାସ ମଲ୍ଲିକ, ଅଖିଳ ସ୍ୱାଇଁ, ପ୍ରଭାଷ କୁମାର ଦାଶ, ବସନ୍ତ ନାୟକ, ଅକ୍ଷୟ ଧଳ, ବିଶ୍ୱନାଥ ସାହୁ, ସଞ୍ଜୟ ବେହେରା, ମାନସ ରଞ୍ଜନ ଜେନା, ଜନ୍ମେଜୟ ଦାଶ ପ୍ରମୁଖ ରହିଥିବା ବେଳେ, ଉପଦେଷ୍ଟା ମଣ୍ଡଳୀରେ କୈଳାଶ ଚନ୍ଦ୍ର ନାୟକ, ଇନ୍ଦ୍ରମଣି ନାୟକ, ଶଙ୍କର୍ଷଣ କୁଣ୍ଡୁ, ଉମାକାନ୍ତ ଧଳ, ନୀଳମାଧବ ନାୟକ, ଅଜୟ ପ୍ରତାପ ସିଂ, ପ୍ରଦୀପ୍ତ ପୃଷ୍ଟି, ରତିଲାଲ ଭୁୟାଁ, ଚିନ୍ତାମଣି ପାଢ଼ୀ, ଉଦୟନାଥ ଖଣ୍ଡାଇ ପ୍ରମୁଖଙ୍କୁ ନିଆଯାଇଛି । ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ନୂତନ କର୍ମକର୍ତା ମାନଙ୍କ ନାମ ଘୋଷଣା କରିଥିଲେ । କାର୍ଯ୍ୟକ୍ରମକୁ ସଭ୍ୟ ପ୍ରଶାନ୍ତ ନାୟକ, ଶୁଭେନ୍ଦୁ ସାମଲ, ଆଲୋକ ପହି, ବିଶ୍ୱରଞ୍ଜନ ଖୁଣ୍ଟିଆ ଓ ପଦ୍ମଲୋଚନ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।