ଉମାକାନ୍ତ ଉକ୍ରଳ ପୋର୍ଟ ଆଣ୍ଡ ଡକ୍ ୱାର୍କର ୟୁନିଅନ୍ ସଭାପତି 

 ପାରାଦୀପ : ପାରାଦ୍ୱୀପ ବନ୍ଦରର ପୁରାତନ ଶ୍ରମିକ ସଂଗଠନ ଉକôଳ ପୋର୍ଟ ଆଣ୍ଡ ଡକ ୱାର୍କର ୟୁନିଅନ ଓ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡ଼କ ଲେବର ୟୁନିଅନର ସଭାପତି ସ୍ୱର୍ଗତଃ ପ୍ରଭାତ ସମନ୍ତରାୟଙ୍କ ଦେହାନ୍ତ ପରେ  ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ଯୁବ ସଭାପତି ଉମାକାନ୍ତ ପଟ୍ଟନାୟକ ସଭାପତି ଭାବେ ଦାୟିତ୍ୱ  ଗ୍ରହଣ କରିଛନ୍ତି  ।  ସେହିଭଳି ସର୍ବ ସମ୍ମତି କ୍ରମେ ଉପରୋକ୍ତ ଦୁଇ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଭାବେ ବିଭୂଧେନ୍ଦ୍ର ନାରାୟଣ ମହାରଣା ଓ ସାର୍ଥକ ସାମନ୍ତରାୟ, ବସନ୍ତ ନାୟକ, ଆଡ଼ଭୋକେଟ ସଂଜତ ଦାସ, ବନ୍ଦର କର୍ମଚାରୀ ଅଶୋକ ସାମଲ, ଧୁନ ଚନ୍ଦ୍ର ତରାଇ ମନୋନୟନ ପ୍ରକ୍ରିୟାରେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି  ।  ସେହିଭଳି ସଂଘ ସାଧାର ସମ୍ପାଦକ ଭାବେ ବନ୍ଦର କର୍ମଚାରୀ ରନôାକର ସାହୁ, ସହକାରୀ ସାଧାରଣ ସମ୍ପାଦକ ଭାବେ ସର୍ବଶ୍ରୀ ଗିରିଶ ଚନ୍ଦ୍ର ସେଠି, ପ୍ରସନ ନାଥ, ମନୋରଞ୍ଜନ ସ୍ୱାଇଁ, ରଶ୍ମି ରଞ୍ଜନ ବେଉରା ସଂଗଠନ ସମ୍ପାଦକ ଭାବେ ପାରିଷଦ ପ୍ରତାପ ଚନ୍ଦ୍ର ନାୟକ, ପାରାଦ୍ୱୀପ ଭାଜପାର ପୂର୍ବତନ ସଭାପତି ବିଭୁ ପ୍ରସାଦ ନାୟକ, ସାମାଜିକ କର୍ମୀ ବିଧାନ ଚନ୍ଦ୍ର ପରିଡା, ବନ୍ଦର କର୍ମଚାରୀ ରଶ୍ମି ରଞ୍ଜନ ବାରିକ, ଲକ୍ଷ୍ମଣ ବେହେରା, ମେଘାନନ୍ଦ ସାମଲ, ବିଜୟ ନାୟକ, ଇଂ. ହିମାଂଶୁ ଶେଖର ବେହେରା, ଚିତ୍ତ ରଞ୍ଜନ ବେହେରା, ସୁବାସ ସ୍ୱାଇଁ, ଚନ୍ଦନ କୁମାର ମହାନ୍ତି, ଭୀମସେନ ରାଉତ ଏବଂ ବିଭାଗୀୟ ସମ୍ପାଦକ ଭାବେ ବନ୍ଦର କର୍ମଚାରୀ ସର୍ବଶ୍ରୀ ସମୀର ମହାପାତ୍ର, ମନୋଜ ମାଲିଆ, ଜିତେନ୍ଦ୍ର କୁମାର ବେହେରା, ସ୍ମୃତି ରଞ୍ଜନ ତ୍ରିପାଠୀ, ରଂଜିତ ବୋମାଳୀ, ଯତୀନ ବେହେରା, ଦୁଃଶାସନ ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ଶ୍ରୀକାନ୍ତ ବେହେରା, ହୃଦାନନ୍ଦ ସ୍ୱାଇଁ, ସ୍ମୃତି ରଞ୍ଜନ ଦାସ, କମଳାକାନ୍ତ ପଣ୍ଡା, କୁମାରୀ ସୁମିତ୍ରା ପରିଡା ଓ ଶଶୀକାନ୍ତ ନାୟକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଉମାକାନ୍ତ ପଟ୍ଟନାୟକ ଉପରୋକ୍ତ ଦୁଇଟି ଶ୍ରମିକ ସଂଗଠନର ଦାୟିତ୍ୱ ନେଇଥିବାରୁ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ / ସଭ୍ୟା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।