ବିପଥଗାମୀଙ୍କୁ ମାର୍ଗ ଦେଖାଏ ମହିମା ଧର୍ମ
ଜଟଣୀ : ଜଟଣୀ ବ୍ଲକ ଅନ୍ତର୍ଗତ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ମହୋସôବ ଅନୁଷ୍ଠିତ ହୋଇଯାଇଛି । ମଠାଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନ ତଥା ପୂଜ୍ୟ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ଗାଦିର ଶହ ଶହ ସାଧୁ ଯୋଗ ଦେଇଥିଲେ । ଯୋରନ୍ଦା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଉପସ୍ଥିତ ଥିଲେ ଜ୍ଝସନାତନ ଧର୍ମର ଅୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ ଜ୍ଝଯେ ଆତ୍ମଜ୍ଞାନ ଦାତା ଯେ ଶରୀର ଆତ୍ମା ଓ ସମାଜକୁ ବଳ ପ୍ରଦାନ କରନ୍ତି, ଯାହାର ପ୍ରତ୍ୟକ୍ଷ ସତ୍ୟ ସ୍ୱରୂପ ଶାସନକୁ ସମସ୍ତେ ମାନନ୍ତି ତାହାଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଅର୍ପଣ କରିବାକୁ ସାଧୁ ମାନେ ଆହ୍ୱାନ କରିଛନ୍ତି । ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ ୩୯ବର୍ଷ ହେଲାଣି ଲବଣଗିରି ମହିମା ଆଶ୍ରମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।