ଋଷ ଉପରେ ୟୁକ୍ରେନ୍ର ଡ୍ରୋନ ମାଡ଼
ନୂଆଦିଲ୍ଲୀ : ଋଷ ଉପରେ ୟୁକ୍ରେନ୍ ଆଜି ବଡ଼ ଧରଣର ଆକ୍ରମଣ କରିଛି । ୟୁକ୍ରେନର ଘନଘନ ଡ୍ରୋନ ଆକ୍ରମଣରେ ଋଷର ଅନେକ ବିମାନ ଜଳି ଧୂଅାଁ ହୋଇଯାଇଛି । ଯାହାର ଭିଡ଼ିଓ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି ।
ୟୁକ୍ରେନ ସିକୁ୍ୟରିଟି ସର୍ଭିସ୍ ପକ୍ଷରୁ କୁହାଯାଇଛିଯେ, ୪୧ ଋଷୀୟ ବିମାନ ଉପରେ ଆଜି ଡ୍ରୋନ୍ ମାଡ଼ କରାଯାଇଛି । ଏମିତିକି ଋଷିଆର ଲଢୁଆ ବିମାନ ତୁ-୯୫ ଓ ତୁ-୨୨ ଭଳି ବମ୍ବରକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି । ଏହି ଲଢୁଆ ବିମାନ ଜରିଆରେ ଋଷ ମିସାଇଲ ମାଡ଼ କରିଥାଏ । ଋଷିଆର ଇର୍କୁଟସ୍କ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଓଲେନ୍ୟା ଏୟାର ବେସରେ ବିମାନ ଜଳୁଥିବାର ଦୃଶ୍ୟ ବି ଭାଇରାଲ୍ ହେବାରେ ଲାଗିଛି । ଏହା ଋଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଏୟାର ବେସ୍ । ପ୍ରଥମ ଥର ପାଇଁ ୟୁକ୍ରେନର ଏମିତି ଆକ୍ରମଣରେ ଋଷ୍ ଘାଇଲା ହୋଇଯାଇଛି । ଋଷ ମଧ୍ୟ ପାଲଟା ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।