ଏ ଜାତିର ପ୍ରାତଃସ୍ମରଣୀୟ ମଧୁବାବୁ
ମୀରା ବେଉରା : ଉକ୍ରଳସ୍ୟ ସମୋଦେଶ ନାସ୍ତି ମହୀତଳେ’- ଯେଉଁ ଓଡ଼ିଶାରେ ସୁନାର ବୋଇତ ଲାଗୁଥିଲା, ଇଣ୍ଡୋନେସିଆ, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ବ୍ରହ୍ମଦେଶ, ସିଂହଳଭଳି ଦ୍ୱୀପପୁଂଜରେ - ଯାହାକୁ ନେଇ ଏ ବୀର ଓଡ଼ିଆ ଜାତି ଗର୍ବରେ ମୁଣ୍ଡ ଟେକି ଚାଲିଛି ଏବଂ ଯେଉଁ ଦୁଃସାହସିକ କଳିଙ୍ଗ ଯୁଦ୍ଧରେ ଏ ଦୁର୍ଦ୍ଧର୍ଷ ଜାତିର ମହାନ ବଳବୀର୍ଯ୍ୟର ପରିଚୟ ଦେଇଥିଲା, ଯେଉଁ ଜାତିର କଳା କୋଣାର୍କର ନିଦର୍ଶନ ପର୍ଯ୍ୟଟକଙ୍କ ଆଖିରୁ ନିଦ ହଜାଇ ଦେଇଥିଲା, ପୁଣି ଯେଉଁ ରାଜ୍ୟର ରାଜା ରାଜ୍ୟ ଓ ରାଜସିଂହାସନର ଅହଂକାର ପରିତ୍ୟାଗ କରି ବିଶ୍ୱ ଐତିହ÷୍ୟର ଜୟଯାତ୍ରା ରଥ ଯାତ୍ରାରେ ଝାଡ଼ୁଦାର ହେବାପାଇଁ ଅଧିକ ପସନ୍ଦ କରିଥିଲେ; ଏହି ସେହି ଉକ୍ରଳ । ଯେଉଁଠି “ବନେ୍ଦ ଉକ୍ରଳ ଜନନୀ” ସଂଗୀତ ନିଜ ତରଙ୍ଗରେ ଝଂକୃତ କରେ ପ୍ରତିଟି ଓଡ଼ିଆକୁ ସେଇ ଓଡ଼ିଶାମାଟିରେ ଦିନେ ବାରଶହ ବଢ଼େଇଙ୍କ ଜୀବନ ରକ୍ଷା ପାଇଁ ଓଡ଼ିଆ ଶିଶୁ ଧରମା ଚନ୍ଦ୍ରଭାଗାକୁ ଲମ୍ଫ ପ୍ରଦାନ କରିଥିଲା ଓ ଶିଶୁ ବାଜି ରାଉତ ସିପାହୀଙ୍କ ଗୁଳିକୁ ମଧ୍ୟ ଭ୍ରୂକ୍ଷେପ କରି ନଥିଲା । ଏଭଳି ତ୍ୟାଗ ଓ ଆଦର୍ଶ ଦିନେ ଏହି ଓଡ଼ିଆ ଜାତିର ପରିଚୟ ଥିଲା । ଓଡ଼ିଆ ଜାତିର ଇତିହାସରେ ଓଡ଼ିଆତ୍ୱର ଅସ୍ମିତାକୁ ଯେଉଁ ମହାନ ବ୍ୟକ୍ତିତ୍ୱ ନିଜର ଧନ, ମାନ ଓ ଯଶ - ସବୁକିଛିକୁ ବଳି ଚଢ଼ାଇ ଓଡ଼ିଆ ଜାତିର ଟେକ ଓ ଅସ୍ତିିତ୍ୱକୁ ବଞ୍ଚାଇବାକୁ ଯାଇ ଏ ଓଡ଼ିଆ ମାଟିର ଚିରସ୍ୱାଭିମାନ ପାଲଟି ଯାଇଥିଲେ, ସେମାନଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ଥିଲେ କୁଳବୃଦ୍ଧ ଓଡ଼ିଆଜାତିର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସ । ଓଡ଼ିଶାର ପୁରପଲ୍ଲୀରେ ସେ ମଧୁ ବାରିଷ୍ଟର ଭାବରେ ବେଶ୍ ସୁପରିଚିତ । ପ୍ରତ୍ୟେକ ମା ଚାହୁଁଥିଲା ତା’ ପୁଅ ମଧୁବାବୁ ପରି ବାରିଷ୍ଟରଟିଏ ହେଉ । ପ୍ରତ୍ୟେକ ଓଡ଼ିଆ ଶିଶୁ ସେଦିନ ଗାଉଥିଲା:
“ପାଠ ପଢ଼ିବି ପାଠ ପଢ଼ିବି,
କାଳିଆଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି ।”
ପ୍ରକୃତରେ ମଧୁବାବୁ ଥିଲେ ଏ ଓଡ଼ିଆ ଜାତିର ଚିର ଅମ୍ଲାନ ପ୍ରତିଭା ସମ୍ପନ୍ନ ଯଶସ୍ୱୀ ସ୍ୱାଭିମାନୀ ଭୋ÷ମିକ ପୁରୁଷ । ସେହିଁ ଥିଲେ ଏକମାତ୍ର ଓଡ଼ିଆ ଯିଏ ନିଜର ନିର୍ଭୀକତା ଉଦାରତା, ସ୍ପଷ୍ଟବାଦିତା, ସାହସ ଓ କର୍ତ୍ତବ୍ୟ ପରାୟଣତା ପାଇଁ ପ୍ରତିଟି ଓଡ଼ିଆଙ୍କ ପାଖରେ ଚିର ଅମର ହୋଇଛନ୍ତି । ଓଡ଼ିଆ ଜାତୀୟତାର ଜନକ ମଧୁବାବୁ ମୁମୂର୍ଷୁ ଓଡ଼ିଆ ପ୍ରାଣର ଜାତି ପ୍ରେମ ଓ ସ୍ୱଦେଶ ପ୍ରେମ ବହ୍ନି ଜାଳି ଦେଇଥିଲେ । ସେଦିନ ତାଙ୍କର ଓଡ଼ିଆଭାଷୀ ଅଂଚଳର ଏକତ୍ରୀକରଣ ଆଗ୍ନେୟ ଶପଥ ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ରହିଥିଲା । ଦୀର୍ଘ ଯାତ୍ରାରେ ମଧୁବାବୁ ଥିଲେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ , ଓଡ଼ିଆଭାଷା ଓ ଓଡ଼ିଆଜାତିର ଉଜ୍ଜ୍ୱଳତମ ଧ୍ରୁବତାରା, ଯାହାର ଆଲୋକରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା ଏବଂ ଓଡ଼ିଆ ପୁଅ ଗର୍ବିତ ଓ ଗୋ÷ରବାନ୍ୱିତ ହୋଇଥିଲା ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିବାପାଇଁ ଜୀବନ ବ୍ୟାପୀ ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ମଧୁବାବୁଙ୍କୁ ବହୁ ସାଧନାର ଦୁର୍ଗମ ପଥ ଗତି କରିବାକୁ ପଡ଼ିଥିଲା । ତକ୍ରାଳୀନ ଓଡ଼ିଶାର ଦୟନୀୟ ଛାୟାଚିତ୍ର ତାଙ୍କୁ ଅଧିକ ବ୍ୟଥିତ କରିଥିଲା । ଆଜି ମଧୁବାବୁଙ୍କ ପାଇଁ ଆମର ବୋ÷ଦ୍ଧିକ, ଶୈକ୍ଷିକ, ରାଜନୈତିକ, ସାଂସ୍କୃତିକ, ସାହିତି୍ୟକ, ସାମାଜିକ, ଆତ୍ମିକ ଉନ୍ନତ ମାନବସମ୍ବଳ ଦେଶ ବିଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି । ସେଦିନ ଓକିଲାତିକୁ ପେସାକରି ମଧୁବାବୁ ଚାହିଁଥିଲେ ଅଜସ୍ର ଟଙ୍କା ଉପାର୍ଜ୍ଜନ କରି ଆନନ୍ଦ ଭୋଗବିଳାସ ସମ୍ପନ୍ନ ଜୀବନ ଯାପନ କରି ମହାନନ୍ଦରେ ଆଜିର ଯୁବପିଢ଼ିଙ୍କ ପରି ବିଦେଶରେ ରହି ପାରିଥାନ୍ତେ । ମାତ୍ର ମଧୁବାବୁ ଥିଲେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ । ସେହି ପ୍ରଜ୍ଞାପୁରୁଷ ଓଡ଼ିଆଜାତି ପାଇଁ, ଓଡ଼ିଆ ଭାଷାର ଉନ୍ନତି ପାଇଁ ନାରୀ ଶିକ୍ଷାର ବିକାଶ ପାଇଁ, ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ପାଇଁ ନିଜର ଉପାର୍ଜ୍ଜନ ଅର୍ଥକୁ ସଂପୂର୍ଣ୍ଣ ବ୍ୟୟ କରି ନିଃସ୍ୱ ଦରିଦ୍ର ହେବାପାଇଁ ଆଦୋ÷ କୁଣ୍ଠା ପ୍ରକାଶ କରିନଥିଲେ । ଏଭଳି ଚିରସ୍ୱାଭିମାନୀ ନିର୍ଭୀକ ଉଦାର ଚିନ୍ତାଧାରାର ବ୍ୟକ୍ତି ସମଗ୍ର ଭାରତ ବର୍ଷରେ ମଧ୍ୟ ବିରଳ । ଓଡ଼ିଶାର ସଂସ୍କୃତି, ପରଂପରା, କଳା, ଐତିହ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସାହିତ୍ୟ ଦର୍ଶନକୁ ନେଇ ଯଦି କିଏ ବିଶ୍ୱ ଦରବାରରେ ପହଞ୍ଚାଇ ଥିଲେ ସେ ଥିଲେ ଏକମାତ୍ର ବୀରପୁରୁଷ ଚିର ସ୍ୱାଭିମାନୀ ମଧୁବାବୁ । ଇଂରେଜମାନଙ୍କର ଅହଂକାର ପାଖରେ କେବେବି ମଥା ନୁଆଁଇ ନଥିଲେ ମଧୁବାବୁ । ସେଥିପାଇଁ ସେଦିନ ସେ ଲେଖିଥିଲେ -
“ତୁ ପରା ବୋଲାଉ ଉକ୍ରଳ ସନ୍ତାନ
ତେବେ କିଂପା ତୁହି ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
ମଧୁବାବୁ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୦୩ ମସିହାରେ ମଧୁବାବୁ ପ୍ରତିଷ୍ଠା କରିଥିଲେ ଉକ୍ରଳ ସମ୍ମିଳନୀ । ୧୯୦୩ ମସିହାରେ ମାନ୍ଦ୍ରାଜ ଅଧିବେଶନରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଆ ଭାଷାଭାଷୀ ଅଂଚଳରେ ଏକତ୍ରୀକରଣକୁ ସମର୍ଥନକୁ କରିନଥିଲା ମଧୁବାବୁ ବାଧ୍ୟ ହୋଇ କଂଗ୍ରେସ ସହିତ ନିଜର ସଂପର୍କ ଛିନ୍ନ କରିଥିଲେ । ବଙ୍ଗ ଲେଜିସଲେଟିଭ କାଉନସିଲର ପ୍ରତିନିଧି ଭାବେ ମଧୁବାବୁ ରେଭେନ୍ସା ମହାବିଦ୍ୟାଳୟର ଉନ୍ନତିପାଇଁ ଅନୁଦାନ ଦେବାକୁ ସରକାରଙ୍କ ଉପରେ ଚାପ ପକାଇଥିଲେ । ତାଙ୍କରି ଉଦ୍ୟମ ଯୋଗୁ ୧୯୦୭ ମସିହାରେ ଓଡ଼ିଶାର ଏକମାତ୍ର ବାଳିକା ବିଦ୍ୟାଳୟ ବନ୍ଦହେବା ପରିବର୍ତ୍ତେ ତାଙ୍କର ପାଳିତ କନ୍ୟା ଶୈଳବାଳା ମୁଖ୍ୟ ଶିକ୍ଷୟିତ୍ରୀ ଭାବରେ ଏହାର ଦାୟିତ୍ୱ ବହନ କରିବା ହେତୁ ଏହା ତିଷ୍ଠି ପାରିଥିଲା । ପରବର୍ତ୍ତୀ ସମୟରେ ଏହା ଶୈଳବାଳା ମହାବିଦ୍ୟାଳୟ ରୂପେ ଉଭାହୋଇ ଓଡ଼ିଶାରେ ନାରୀଶିକ୍ଷାକୁ ପ୍ରସାରିତ କରିଥିଲା । ମଧୁବାବୁ ମଧ୍ୟ ନାରୀମାନଙ୍କର ଭୋଟ ଦେବାର ଅଧିକାର ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଯାହା ଭବିଷ୍ୟତରେ କାର୍ଯ୍ୟକାରୀ ହୋଇଥିଲା ।
ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ପାଇଁ ସେ ଓଡ଼ିଶାର ପାରଂପାରିକ “ତାରକସୀ ଶିଳ୍ପର ବିକାଶ ପାଇଁ ଉଦ୍ୟମ କରିଥିଲା । ଆଉ ମଧ୍ୟ କଟକରେ “ଓଡ଼ିଶାରେ ଆର୍ଟ ୱେର୍ସ” (ଙକ୍ସସଗ୍ଦଗ୍ଦବ ଇକ୍ସଗ୍ଧ ଡବକ୍ସରଗ୍ଦ) ସ୍ଥାପନ କରିଥିଲେ । ଚମଡ଼ା ଶିଳ୍ପର ବିକାଶ ପାଇଁ ସେଦିନ କଟକରେ ଉକ୍ରଳ ଟ୍ୟାନେରୀ ନାମରେ ଏକ ଯୋତା କାରଖାନା ପ୍ରତିଷ୍ଠା କରିଥିଲେ । ତାଙ୍କର ଉଦ୍ୟମରେ ସେଦିନ ତାଳଗୁଡ଼ କାରଖାନା ମଧ୍ୟ ସ୍ଥାପିତ ହୋଇଥିଲା । ଓଡ଼ିଶାର ଅର୍ଥନୀତିକୁ ପ୍ରଗତିଶୀଳ କରିବା ପାଇଁ ମଧୁବାବୁ ଆପ୍ରାଣ ଉଦ୍ୟମ କରିଥିଲେ । କେବଳ ସେତିକି ନୁହେଁ ୧୯୦୨ ମସିହାରେ ଇଂରେଜ ସରକାର ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ପାଇଁ ଯେତେବେଳେ ଜଣେ ଡେପୁଟି ମାଜିଷ୍ଟ୍ରେଟ୍ଙ୍କୁ ନିଯୁକ୍ତି କରିଥିଲେ ମଧୁବାବୁ ଏହା ବିରୁଦ୍ଧରେ କଲିକତା ହାଇକୋର୍ଟରେ ଏକ ମକଦ୍ଦମା ଦାୟରକରି ପରଂପରା ଅନୁସାରେ ଗଜପତି ମହାରାଜାଙ୍କୁ ଏହି ମନ୍ଦିର ପରିଚାଳନା ଦାୟିତ୍ୱ ମିଳିବା ପାଇଁ ସେ ସେଦିନ ଯୁକ୍ତି କରିଥିଲେ । ଏବଂ ପରେଏହାକୁ ସମ୍ମାନ ଜଣାଇ ମାନ୍ୟବର ହାଇକୋର୍ଟ ଗଜପତି ମହାରାଜାଙ୍କୁ ମନ୍ଦିରର ପରିଚାଳନା ଦାୟିତ୍ୱ ଦେଇଥିଲେ । ୧୯୩୪ ମସିହା ଫେବ୍ରୁଆରୀ ୪ ତାରିଖ ଦିନ ଅସ୍ତମିତ ହୋଇଥିଲା ଶତାବ୍ଦୀର ଏହି ସୂର୍ଯ୍ୟ । ଶୈଳବାଳା ମହିଳା ମହାବିଦ୍ୟାଳୟ ଠାରୁ ତୁଳସୀପୁର ଗୋରା କବର ପର୍ଯ୍ୟନ୍ତ ହଜାର ହଜାର ସମବେତ ଜନତା ଅଶ୍ରୁଳ ନୟନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମଧୁବାବୁଙ୍କୁ । ୧୯୩୬ରେ ଉକ୍ରଳ ପ୍ରଦେଶ ଗଠନ ହୋଇଛି । ପ୍ରକୃତରେ ସେହିଁ ଥିଲେ ଓଡ଼ିଶାର ମହାନାୟକ । ତାଙ୍କୁ ସମ୍ମାନ ଜଣାଇ ଓଡ଼ିଶାରେ ଗଢ଼ିଉଠିଛି ‘ଉକ୍ରଳ ଗୋ÷ରବ ମଧୁସୂଦନ ସେତୁ’ (୨୦୧୮), ‘ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ’ (୨୦୨୧) ଓ ‘ମଧୁବାବୁ ପେନସନ ଯୋଜନା’ (ଭିନ୍ନକ୍ଷମ ଲୋକମାନଙ୍କ ପାଇଁ - ୧୯୮୫ ଓ ବାର୍ଦ୍ଧକ୍ୟ ଲୋକମାନଙ୍କ ପାଇଁ - ୧୯୮୯) ।
ମଧୁବାବୁ ଏ ମାଟିରୁ ବିଦାୟ ନେଲେ ସତ ମାତ୍ର ତାଙ୍କର ଅଦମ୍ୟ ସାହସ, ହିମାଳୟ ପରି ଦୃଢ଼ବିଶ୍ୱାସ, ଅକଳନୀୟ ଉତ୍ସାହ ଯଦି ପ୍ରତିଟି ଓଡ଼ିଆ ଯୁବକଙ୍କୁ ପ୍ରେରଣା ଦେବ ଏବଂ ତାଙ୍କରି ପ୍ରେରଣାରେ ଏ ଜାତି ଆହୁରି ସମୃଦ୍ଧ ହୋଇ ବିଶ୍ୱର ଗୁରୁହେବ ତେବେ ତାହାହିଁ ହେବ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ଦୂରଭାଷ : ୭୮୪୬୯୨୧୪୦୦