ଡାକ୍ତରୀ ଶିକ୍ଷାକୁ ନେଇ ବର୍ଦ୍ଧିିଷ୍ଣୁ ଉତ୍ସାହ
ଡାକ୍ତରୀ ବୃତ୍ତି ଜୀବନର ଶ୍ରେଷ୍ଠ ବୃତ୍ତି ଆଉ ଜୀବନର ଶ୍ରେଷ୍ଠ ସେବା । ସେଇଥିପାଇଁ ଡାକ୍ତର ମାନଙ୍କୁ ସମାଜରେ ଦ୍ୱିତୀୟ ଭାଗବାନଙ୍କ ଗୌରବ ଓ ସମ୍ମାନ ମିଳିଥାଏ । ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଡାକ୍ତରୀ ବୃତ୍ତିରେ ନିଜକୁ ଯୋଡ଼ିବା ସହ ଏପରି ଏକ ଆଦର୍ଶ ସେବାରେ ନିଜକୁ ଆପଣାଇବା ପାଇଁ ଏମବିବିଏସ, ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବାକୁ ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) – ୟୁଜି ପରୀକ୍ଷା ଯେଉଁଥିରେ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) କର୍ତ୍ତୃପକ୍ଷ ନାମ ପଞ୍ଜୀକରଣ ଶେଷ ତାରିଖକୁ ବୃଦ୍ଧି କରିଥିଲେ । ଆଗ୍ରହୀ ଛାତ୍ରଛାତ୍ରୀ ମାର୍ଚ୍ଚ ୧୬ ତାରିଖ ରାତି ୧୦ଟା ୫୦ ସୁଦ୍ଧା ଅନଲାଇନରେ ଫି’ ଦାଖଲର ବ୍ୟବସ୍ଥା ଥିଲା । ମେ’ ୫ ତାରିଖ ଅପରାହ୍ନ ୨ଟାରୁ ୫ଟା ୨୦ ମଧ୍ୟରେ ଅଫଲାଇନରେ ହେବାକୁ ଥିଲା ଏହି ପ୍ରବେଶିକା ପରୀକ୍ଷା ପାଇଁ ଦେଶର ବିଭିନ୍ନ ସହର ସମେତ ବିଦେଶରେ ୧୪ଟି ସହରରେ ପରୀକ୍ଷା ବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ତେବେ ସବୁଠାରୁ ଖୁସିର କଥା ନିଟ୍ ଇତିହାସରେ ପ୍ରଥମଥର ଲାଗି ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଲାଗି ପଞ୍ଜୀକରଣ କରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୪.୨ ଲକ୍ଷ ଅଧିକ । ସେମାନଙ୍କ ମଧ୍ୟରେ ପ୍ରାୟ ୧୩ ଲକ୍ଷ ଛାତ୍ରୀ ରହିଛନ୍ତି । ଯେଉଁଥିରୁ ଜଣାପଡ଼ୁଛି ଯେ ଡାକ୍ତର ହେବାକୁ ଛାତ୍ରୀମାନେ ଅଧିକ ମନ ବଳାଉଛନ୍ତି । ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେଡିକାଲ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଅଧିକ ରହିଛି । ଉକ୍ତ ଦୁଇ ରାଜ୍ୟର ୨ ଲକ୍ଷରୁ ଅଧିକ ଲେଖାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ରାଜସ୍ଥାନ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଚିନ୍ତାର ବିଷୟ ହେଉଛି ଯେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପରେ ବି ଏହି ପ୍ରବେଶିକା ପରୀକ୍ଷା ଲାଗି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେତେ ବୃଦ୍ଧି ପାଇ ନାହିଁ । ଦେଶର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଆସୁଥିଲେ ମଧ୍ୟ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଲକ୍ଷ ଟପି ପାରିନି । ଏବେ ସୁଦ୍ଧା ଓଡ଼ିଶାର ପାଖାପାଖି ୬୭ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।ଆଜିକାଲି ଶିକ୍ଷା ବ୍ୟବସ୍ଥାରେ ମେଡ଼ିକାଲ ଶିକ୍ଷା ସବୁଠୁ ଉଚ୍ଚରେ ରହିଛି । ତେବେ ଦିନକୁ ଦିନ ଏହି ଗୌରବପୂର୍ଣ୍ଣ ବୃତ୍ତିରେ ନିଜକୁ ସାମିଲ ହେବପାଇଁ ପିଲାମାନଙ୍କ ଭିତରେ ଆଗ୍ରହ ବଢ଼ୁଛି । ଓଡ଼ିଶାରେ ମଧ୍ୟ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫% ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ୨୦୨୧ ମସିହାର ଏହି ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଡାକ୍ତରୀ ନାମଲେଖା ପାଇଁ ଚଳିତ ବର୍ଷ ୨୬୭ଟି ସିଟ ସଂରକ୍ଷିତ ରହିଛି । ରାଜ୍ୟର ୮୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଥିବାବେଳେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ମେଡ଼ିକାଲ କଲେଜ ଓ ୨୧ ପ୍ରତିଶତ ଇଞ୍ଜିନିୟରିଂରେ ନାମ ଲେଖାଇବା ପାଇଁ ସିଟ ପାଉଛନ୍ତି ହେଲେ ଘରୋଇ ସ୍କୁଲ ଗୁଡ଼ିକରେ ମାତ୍ର ୧୨ ପ୍ରତିଶତ ପିଲା ପଢ଼ୁଥିଲେ ହେଁ ଉଭୟ ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ସେମାନେ ୬୦ ପ୍ରତିଶତ ସିଟ ପାଉଛନ୍ତି । ଆଦର୍ଶ ବିଦ୍ୟାଳୟ, ସରକାରୀ ସ୍କୁଲରେ ନିଟ୍ ଓ ଜେଇର କୋଚିଂ ବ୍ୟବସ୍ଥା ରହିଛି । ଯାହାକି ଆଇକନିକ ଆଦର୍ଶ ବିଦ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି । ଅନେକ ମେଧାବୀ ଛାତ୍ର ଡାକ୍ତରୀ ପାଠପଢ଼ାରୁ ଆର୍ଥିକ ଦୁର୍ବଳତା କାରଣ ପାଇଁ ବଞ୍ଚôତ ହୋଇଥାନ୍ତି । କେତେକ କ୍ଷେତ୍ରରେ ବଦାନ୍ୟ ବ୍ୟକ୍ତିତ୍ୱ ଓ ଦାତବ୍ୟ ସଂଗଠନ ଏହି ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସୁଛନ୍ତି । ତେବେ ଦିନକୁ ଦିନ ପିଲାମାନଙ୍କ ଭିତରେ ଡାକ୍ତରୀ ପାଠପଢ଼ା ପାଇଁ ଆଗ୍ରହ ବଢ଼ୁଥିବାରୁ ଅତ୍ୟନ୍ତ ଖୁସିର କଥା । ତେବେ ସମାଜରେ ଦ୍ୱିତୀୟ ଭଗବାନର ଗୌରବ ପାଉଥିବା ଏହି ଡାକ୍ତରୀ ବୃତ୍ତି ପାଇଁ ନିମିତ୍ତ ପାଠପଢ଼ା ପାଇଁ ପିଲାମାନେ ଅଧ୍ୟୟନ ମନସ୍କ ହୋଇ ନିଜ ମେଧାର ପରିଚୟ ଦିଅନ୍ତୁ ଆଉ ସେମାନଙ୍କ ସ୍ୱପ୍ନକୁ ସାର୍ଥକ କରି ସମାଜ ସେବାରେ ନିଜକୁ ସାମିଲ କରନ୍ତୁ ।
ଡା.କାନ୍ତୀ ନାୟକ,ମୋ: ୯୪୩୭୬୬୬୪୫୨