ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି 

କାକଟପୁର :  ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ଏକ ସଂସ୍କୃତି ସଂପର୍ଣ୍ଣ ତଥା ମୁଖ୍ୟ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା । କିନ୍ତୁ ବର୍ଷା ହେଲେ କାକଟପୁର ମୁଖ୍ୟ ରାସ୍ତାର ମେଡିକାଲ ଛକରୁ କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ  ବର୍ଷା ପାଣି ଲହଡି ମାରୁଛି । ଏମିତିକି ମୁଖ୍ୟ ରାସ୍ତାର କଡରେ ଥିବା ଦୋକାନ ବଜାରକୁ ଯିବାକୁ ହେଲେ ପାଣି କାଦୁଅରେ ପଶି ଯିବାକୁ ପଡୁଛି ।  ପରିବେଶ  ଆବର୍ଜନା ପୂର୍ଣ୍ଣ ଥିବାରୁ ଯେଉଁଠି ପାଦ ପକାଇବ ସେଠି ଆଣ୍ଠୁଏ ବହଳରେ କାଦୁଅ । ଆଜକୁ ୩ ବର୍ଷ ତଳେ ନୂଆଗଡ଼ରୁ  ନିମାପଡା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ପୁରୀ  ପୂର୍ତ୍ତ ବିଭାଗ ଡିଭିଜନ ଅଧିନସ୍ଥ ନିମାପଡା ପୂର୍ତ୍ତ ବିଭାଗ ସବଡ଼ିଭିଜନର  କାକଟପୁର ପୂର୍ତ୍ତ ବିଭାଗ ବିଭାଗ ସେକ୍ସନ ପକ୍ଷରୁ ୪୦ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦରେ ରାସ୍ତା ନିର୍ମାଣ ହୋଇଥିଲ ।  କିନ୍ତୁ ରାସ୍ତାଟି  ଏମିତି ବାଗରେ ଓ ଢଙ୍ଗରେ  ନିର୍ମାଣ ହୋଇଛି ଯେ, ରାସ୍ତା ସାରା କେଉଁଠି ଢିପ ତ ଆଉ କେଉଁଠି ଖାଲ ଥିବାରୁ ବର୍ଷା ଦିନେ ଏକ ଫୁଟରୁ ୨ ଫୁଟ ଉଚ୍ଚରେ ବର୍ଷାଜଳ ରାସ୍ତାର ବିଭିନ୍ନ ସ୍ଥାନରେ  ଜମି ରହୁଛି । ରାସ୍ତାରୁ  ବର୍ଷା ଜଳ ନିଷ୍କାସନ ପାଇଁ  ସ୍ଥାନୀୟ ଜନସାଧାରଣଙ୍କ ସହ ଅଞ୍ଚଳର ବିଭିନ୍ନ ବ୍ୟବସାୟୀ ସଙ୍ଘ ପକ୍ଷରୁ ଡ୍ରେନେଜ ନିର୍ମାଣ କରିବାକୁ ( ବାରମ୍ବାର ) ଦାବି  ହୋଇଆସୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେଉନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗର ଏହି ବିପର୍ଯ୍ୟସ୍ତ ରାସ୍ତାକୁ ପ୍ରଶାସନ ଅଧିକାରୀଙ୍କ ଠାରୁ ରାଜନେତା ଦୈନଦିନ ଦେଖୁଥିଲେ ମଧ୍ୟ ଏମାନେ ନିରବ ରହିବା ପଛରେ ରହସ୍ୟ କଣ ତାହାହିଁ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ବିଭାଗୀୟ ମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ କାକଟପୁର ମୁଖ୍ୟ ବଜାରର ମେଡିକାଲ ଛକରୁ କଲେଜ ଛକ ଷ୍ଟାଇଲ ବଜାର ପର୍ଯ୍ୟନ୍ତ  ରାସ୍ତା ଉପରେ  ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁତୁରନ୍ତ  ଡ୍ରେନେଜ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି ।