ଏଫ୍ଆର୍ଆଇ କରିବ ମୁକାବିଲା
ରାଜ୍ୟରେ ଦିନକୁ ଦିନ ସାଇବର୍ ଅପରାଧର ଜାଲ ବିସ୍ତାରିତ ହେବାରେ ଲାଗିଛି । ପ୍ରତିଦିନ ଶତାଧିକ ସାଇବର୍ ଅପରାଧ ଘଟଣା ରାଜ୍ୟରେ ଘଟୁଛି । କୌଣସି ଉପାୟରେ ମଧ୍ୟ ସାଇବର୍ ଅପରାଧକୁ ନିୟନ୍ତ୍ରଣ କରି ହେଉନାହିଁ । ଏସବୁର ମୁଖ୍ୟ କାରଣ ହେଲା ସାଇବର ଅପରାଧୀମାନେ ଦେଶ ବାହାରେ ଥାଇ ଅପରାଧର ପରିଚାଳନା କରୁଛନ୍ତି । ତେବେ ଏଣିକି ସାଇବର୍ ଠକେଇ ଏବଂ ଆର୍ଥôକ ଅପରାଧର ମୁକାବିଲା ଦିଗରେ ଟେଲିକମ୍ ବିଭାଗ ଅଂଶୀଦାରମାନଙ୍କ ସହିତ ଆର୍ଥôକ ଠକେଇ ବିପଦ ସୂଚକ (ଏଫ୍ଆର୍ଆଇ) ତଥ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇସାରିଛି । ଏହା ହେଉଛି ଏକପ୍ରକାର ଡ଼ିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟ୍ଫର୍ମର ଅଂଶ । ସାଇବର୍ ଠକେଇ ନିରାକରଣ ଲାଗି ଅଗ୍ରୀମ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ସୂଚନା ପ୍ରଦାନ କରିବା ସହିତ ଆର୍ଥôକ ପ୍ରତିଷ୍ଠାନ ଗୁଡ଼ିକୁ ସୁଦୃଢ଼ କରିବା ନିମିତ୍ତ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ପ୍ଲାଟ୍ଫର୍ମ୍ ଦ୍ୱାରା ଚିହ୍ନଟ କରାଯାଇଥିବା ମୋବାଇଲ୍ ନମ୍ବରରେ ଡ଼ିଜିଟାଲ୍ ଦେୟ ପ୍ରଦାନ କରାଯିବା ସମୟରେ ସେହି ନମ୍ବରରେ ସାଇବର୍ ସୁରକ୍ଷା ଏବଂ ସତ୍ୟତାର ଯାଞ୍ଚ୍କୁ ସୁଦୃଢ଼ କରାଯାଇପାରିବ । ଏହା ଯେକୌଣସି ଏକ ମୋବାଇଲ୍ ନମ୍ବରକୁ ଆର୍ଥôକ ଠକେଇର ମାଧ୍ୟମ, ଅଧିକ କିମ୍ବା ଅତ୍ୟଧିକ ବିପଦ ସହିତ ଜଡ଼ିତ ବୋଲି ବର୍ଗୀକରଣ କରିଥାଏ । ଭାରତୀୟ ସାଇବର୍ ଅପରାଧ ସମନ୍ୱୟ କେନ୍ଦ୍ର, ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍, ଦୂରସଞ୍ଚାର ବିଭାଗର ଚକ୍ଷୁ ପ୍ଲାଟ୍ଫମର୍୍ ଏବଂ ବ୍ୟାଙ୍କ୍ ଓ ଆର୍ଥôକ ଅନୁଷ୍ଠାନ ଗୁଡ଼ିକରୁ ମିଳିଥିବା ତଥ୍ୟ ଆଧାରରେ ଟେଲିଫୋନ୍ ନମ୍ବର ଗୁଡ଼ିକର ବର୍ଗୀକରଣ କରାଯାଏ । ଏହା ବିଭିନ୍ନ ଅଂଶୀଦାର ତଥା ବ୍ୟାଙ୍କ୍, ୟୁପିଆଇ ସେବା ପ୍ରଦାନାକରୀ ଆଦିଙ୍କୁ ସେମାନଙ୍କ ବ୍ୟବହାର ଓ କାର୍ଯ୍ୟକାରୀତାକୁ ପ୍ରାଥମିକତା ଦିଏ । ଯଦି କୌଣସି ମୋବାଇଲ୍ ନମ୍ବର ପ୍ରତି ଅଧିକ ବିପଦର ସମ୍ଭାବନା ଥାଏ, ତାହା ହେଲେ ଏହା ଅତିରିକ୍ତ ଗ୍ରାହକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଦିଗରେ ସତର୍କ କରାଇ ଦିଏ । ଦୂରସଞ୍ଚାର ବିଭାଗର ଡ଼ିଜିଟାଲ୍ ଗୁଇନ୍ଦା ୟୁନିଟ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ମୋବାଇଲ୍ ନମ୍ବର ଗୁଡ଼ିକୁ ଅଂଶୀଦାରମାନଙ୍କୁ ପ୍ରଦାନ କରେ । ଏଥିସହିତ ସାଇବର ଅପରାଧରେ ସଂପୃକ୍ତ ହେବା, ପୁନଃ ଯାଞ୍ଚ୍ରେ ବିଫଳ ହେବା, ସୁପାରିଶ୍ କରାଯାଇଥିବା ସୀମା ଠାରୁ ବାହାରକୁ ଯିବା ଭଳି ପରିସ୍ଥିତି ଗୁଡ଼ିକରେ କାରଣ ଦର୍ଶାଇ ସଂଯୋଗ ବିଚ୍ଛିନ୍ନ କରିଥାଏ । ଏଭଳି ନମ୍ବର ଗୁଡ଼ିକ ସାଧାରଣତଃ ସାଇବର୍ ଠକମାନେ ବ୍ୟବହାର କରନ୍ତି । ସାଇବର ଠକେଇରେ ସଂପୃକ୍ତ ଥିବା ମୋବାଇଲ୍ ନମ୍ବର ଗୁଡ଼ିକର ଆୟୁକାଳ ସାଧାରଣତଃ ମାତ୍ର ଅଳ୍ପ କିଛି ଦିନ ହୋଇଥାଏ, କିନ୍ତୁ ସମ୍ପୂର୍ଣ୍ଣ ଯାଞ୍ଚ୍ ପାଇଁ ଅନେକ ଦିନ ଲାଗେ । ଏଭଳି ନମ୍ବର ସହିତ କାରବାର କରିବା କ୍ଷେତ୍ରରେ ବିପଦର ସମ୍ବାବନା ଥିଲେ ଏଫ୍ଆର୍ଆଇ ବ୍ୟବସ୍ଥା ଆଗୁଆ ସୂଚନା ଦେଇପାରିବ । କେହି ଯଦି କୌଣସି ସନ୍ଦିଗ୍ଧ ମୋବାଇଲ୍ ନମ୍ବରକୁ ଚିହ୍ନଟ କରନ୍ତି କିମ୍ବା ସନେ୍ଦହ କରନ୍ତି ଏ କ୍ଷେତ୍ରରେ ଏଫ୍ଆର୍ଆଇ ବ୍ୟବସ୍ଥା ମାଧ୍ୟମରେ ନମ୍ବରର ବିଶ୍ଳେଷଣ କରାଯାଇ ସାମାନ୍ୟ କିମ୍ବା ଅତ୍ୟଧିକ ପରିମାଣର ବିପଦ ଥିବା ଭଳି ବିଭିନ୍ନ ବର୍ଗରେ ମୋବାଇଲ୍ ନମ୍ବରକୁ ବର୍ଗୀକରଣ କରାଯାଇ ଆବଶ୍ୟକୀୟ ସୂଚନା ଫୋନ୍ ବ୍ୟବହାରକାରୀମାନଙ୍କୁ ଦିଆଯାଇଥାଏ । ଦୂରସଞ୍ଚାରର ବ୍ୟବସ୍ଥା ଏବଂ ସମ୍ବଳ ମାଧ୍ୟମରେ ଏସବୁର ଅପବ୍ୟବହାର କରି ଠକେଇକୁ ରୋକିବା ପାଇଁ ଦୂରସଞ୍ଚାର ବିଭାଗ ବର୍ତ୍ତମାନ ପ୍ରତିଶ୍ରୁତିବଦ୍ଧ । ସମସ୍ତ ଗ୍ରାହକଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଦୂରସଞ୍ଚାର ବିଭାଗକୁ ଏହା ନିଶ୍ଚିତ କରେ ।
ବର୍ତ୍ତମାନ ଦୂରସଞ୍ଚାର ବିଭାଗ ଆର୍ଥôକ ଅନୁଷ୍ଠାନ ଏବଂ ଡ଼ିଜିଟାଲ୍ ପେମେଣ୍ଟ୍ ପ୍ଲାଟ୍ଫର୍ମ୍ ଗୁଡ଼ିକ ସହିତ ସହଭାଗୀତାକୁ ବଜାୟ ରଖିଛି । ଗ୍ରାହକ ସଚେତନ ହେଲେ ତଥା କୌଣସି ପ୍ରକାରର ସନ୍ଦିଗ୍ଧ ମୋବାଇଲ୍ ନମ୍ବରରୁ କଲ୍ ଆସିଲେ କିମ୍ବା କୌଣସି ପ୍ରକାରର ଅନୈତିକ ତଥା ଲୋଭନୀୟ ଅଫର୍ ଭଳି ଲୋଭ ଦେଖାଇବାର ସମ୍ଭାବନା ଥିଲେ ଜଣେ ସଚେତନ ଗ୍ରାହକ ଏଫ୍ଆର୍ଆଇ ମାଧ୍ୟମରେ ସୁରକ୍ଷିତ ରହିପାରିବ ।