ଏସଏନ୍ କଲେଜରେ ସ୍ୱାଗତ ଉସବ
ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ର + ୩ ନବଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ମୁଖ୍ୟ ଡ. ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ୱ ଓ ପ୍ରଫେସର ସନ୍ତୋଷ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଗତ ଉସôବରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଉପେନ୍ଦ୍ର କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ଡ.ଫକୀର ଚନ୍ଦ୍ର ପ୍ରଧାନ, ଡ. ମିଥିଳା ଦାସ, ଡ. ପ୍ରଦୀପ କୁମାର ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ମୁଖ୍ୟ କିରାଣୀ ଲକ୍ଷ୍ମଣ କୁମାର ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପିକା ତୃପ୍ତି ରାଉତ, ଓ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବା ଏବଂ ନିଜର ଲକ୍ଷ୍ୟ ପୂରଣ ପାଇଁ ମାର୍ଗ ଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରକାଶ ସାମଲ, କାଳନ୍ଦୀ ମଲ୍ଲିକ, ଅନିଲ ନାହାକ,କେଶବ ସେଠୀ, ପ୍ରଯୁକ୍ତା ପ୍ରିୟଦର୍ଶିନୀ,ପ୍ରମୁଖ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।