ହୁ୍ୟଜ୍ ଆପ୍ ଠକେଇ ଘଟଣାରେ ଜଣେ ଗିରଫ
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ପଞ୍ଚାୟତର କଣି ଅଞ୍ଚଳର ହୁ୍ୟଜ ଆପ୍ ଠକେଇ ମାମଲାରେ ଟାଙ୍ଗୀ ପୁଲିସ ଏହି ଅଞ୍ଚଳର ପ୍ରଦୀପ କୁମାର ଦାସ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଉମାକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଲୋକମାନଙ୍କୁ ଉତ୍ସାହିତ କରିବା ଓ ହୁ୍ୟଜ୍ ଆପ୍ ଲିଙ୍କରେ ଯୋଡି ହେବା ପାଇଁ ଏକ ସଭା ମଧ୍ୟରେ ଅପିଲ କରୁଥିବା ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାମୁହାଁ ନେତା ପ୍ରଫୁଲ୍ଲ ସ୍ୱାଇଁ ପୁଲିସର ତଦନ୍ତ ଭିତରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯେ, ହୁ୍ୟଜ ଆପ୍ର ଲିଙ୍କରେ ଅର୍ଥ ଲଗାଇଲେ ଅର୍ଥ ଡବଲ ହେବ, ବାର ଜଣ ଲୋକଙ୍କୁ ଯୋଡ଼ିଲେ ଦଶ ହଜାର ଟଙ୍କା, କୋଡିଏ ଜଣକୁ ଯୋଡ଼ିଲେ ପନ୍ଦର ହଜାର ଟଙ୍କା ମାସିକ ଦରମା ମିଳିବ ବୋଲି କହି ଦୁଇ ହଜାରରୁ ଅଧିକା ଯୁବକ ତଥା ସୁଭଦ୍ରା ଅର୍ଥ, ଏସଏଚଜିରୁ ଋଣ ଆଣି ଏହି ଲିଙ୍କ୍ରେ ଲଗାଇ ପରେ ଏହି ଆପ୍ଟି ବନ୍ଦ ହୋଇଯିବାରୁ ସେମାନେ କାନ୍ଦୁ ଥିବାର ଜଣାପଡିଛି । ଏହା କେବଳ ଟାଙ୍ଗୀ-ଚୌଦ୍ୱାର ବ୍ଲକର ପାଞ୍ଚଟି ପଞ୍ଚାୟତରେ ସୀମିତ ନୁହେଁ, ଜଗତସିଂହପୁର ଜିଲ୍ଲା ଓ ମାହାଙ୍ଗା ସାଲେପୁର, ନିଶ୍ଚିତ କୋଇଲି ଅଂଚଳରୁ କୋଟି କୋଟି ଟଙ୍କା ଠକେଇ ହେବାର ଜଣାପଡିଛି । ଅନ୍ୟପକ୍ଷରେ କଣି ଅଞ୍ଚଳର କୈଳାଶ ଚନ୍ଦ୍ର ବେହେରା ଏହି ଠକେଇରେ ଫସି ଅଞ୍ଚଳର ହୁ୍ୟଜ ଆପର ମୁଖ୍ୟ ପ୍ରଦୀପ ଦାସ ଓ ପ୍ରଫୁଲ୍ଲ ସ୍ୱାଇଁ ବିରୁଦ୍ଧରେ ଲିଖିତ ଅଭିଯୋଗ ପରେ ଟାଙ୍ଗୀ ପୁଲିସ କେସ୍ ନମ୍ବର ୨୭୬/୨୫ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ତେବେ ତାଙ୍କ ନିକଟରୁ ୪୫,୫୦୦ ଟଙ୍କା ଜବତ କରିବା ସହ ହୁ୍ୟଜ ମାର୍କେଟିଙ୍ଗ ବ୍ୟକ୍ତି ହିସାବରେ ଏକ ସାର୍ଟିଫିକେଟ, ଏକ ମୋବାଇଲ ଫୋନ ଛଅଟି ଡେବିଟ କାର୍ଡ, ପ୍ୟାନ କାର୍ଡ, ଆଧାର କାର୍ଡ ଜବତ ହୋଇଥିବା ଟାଙ୍ଗୀ ଥାନାଧିକାରୀ ଶିବ ପ୍ରସାଦ ବଦ୍ର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।