ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି  :ପାଣିକୋଇଲି ଥାନାରୁ ନ୍ୟାୟ ନପାଇ ଜନୈକା ପିଡ଼ିତା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ପିଡ଼ିତା ରିଙ୍କୁ ଜେନାଙ୍କ ଅଭିଯୋଗ ମତେ ସେ ଅମୃତିଆ ପଞ୍ଚାୟତର ଦଇଦାସପାଟଣା ଗ୍ରାମର ସୁବଳ ଯେନାଙ୍କୁ ୭ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଏବେ ସେମାନଙ୍କର ଦୁଇଟି ପୁଅ ଅଛନ୍ତି । ହେଲେ ସୁବଳ ଏବେ ପରିବାରର ଲୋକମାନଙ୍କପ୍ରରୋଚନାରେ ପଡି ଦ୍ୱିତୀୟ ବିବାହ କରିଛନ୍ତି । ଦ୍ୱିତୀୟ ବିବାହ ପରେ ସେ ଓ ତାର ପିଲାମାନଙ୍କୁ ଖାଇବାକୁ ପିନ୍ଧିବାକୁ ଦେଉନାହାନ୍ତି । ଓଲଟି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ମିଳୁଛି । ଏନେଇ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ବି ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁନି । ଉପାୟଶୂନ୍ୟ ରିଙ୍କୁ ପିଲାମାନଙ୍କୁ ଧରି ନ୍ୟାୟ ପାଇଁ ଏସପିଙ୍କୁ ଗୁହାରୀ କରିଥିଲେ ।