ସୌନ୍ଦର୍ଯ୍ୟ ହରାଉଛି ବିରଜା ମନ୍ଦିର : ରକ୍ଷଣା ବେକ୍ଷଣ ଦାବିକଲା ବିରଜା ବାହିନୀ
ଯାଜପୁର: ରକ୍ଷଣା ବେକ୍ଷଣରୁ ସୈାନ୍ଦର୍ଯ୍ୟ ହରାଉଛି ବିରଜା ମନ୍ଦିର ଓ ମନ୍ଦିର ଚର୍ତୁପାଶ୍ୱର୍ । ପୁରାଣ ବର୍ଣ୍ଣିିତ ତଥା ପ୍ରାଚୀନ ଉକôଳର ରାଜଧାନୀ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପବିତ୍ର କ୍ଷେତ୍ରକୁ ବର୍ଷତମାମ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତଙ୍କ ଆଗମନ ହେଉଥିବା ବେଳେ ଶାସକ ଏବଂ ପ୍ରଶାସକ ଯେଭଳି ଭାବେ ମା’ଙ୍କ ମନ୍ଦିର ଏବଂ ପାରିପାଶ୍ୱର୍ ସୈାନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବାକଥା ଦେଉ ନାହାନ୍ତି । ଏଭଳି ଅଭିଯୋଗ ଆଣି ଜିଲାପାଳଙ୍କୁ ପ୍ରତିକାର ଦାବି କରିଛି ଦେବୀଦ୍ୱାରର ବିରଜା ବାହିନୀ । ଆଜି ବିରଜା ବାହିନୀର ସଭାପତି ସମେତ ସଭ୍ୟ ସର୍ବଶ୍ରୀ ସନ୍ତୋଷ କୁମାର ବେହେରା, ଅମର ମହାନ୍ତି, ହେମନ୍ତ କୁମାର ସାହୁ, ତୁଷାରକାନ୍ତ ସାହୁ, ରାଇଚରଣ ମହାନ୍ତି, ଦେବଦତ ଶତପଥୀ, ଦୀପକ ମହାରଣା, ସହଦେବ ଦଳାଇ, ବାସୁଦେବ ପୃଷ୍ଠି, ବଳରାମ ବେହେରା, ଗଦାଧର ବେହେରା, ଗୋପାଳ ସାହୁ, ଅଭିମନୁ୍ୟ ସାହୁ, ଶରତ ସାହୁ, ଚିକୁ ସାହୁ, ସୁମନ୍ତ ମାଝୀ, ଅଜୟ କୁମାର ସାହୁ ପ୍ରମୂଖ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ଲିଖିତ ଭାବେ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି କି ବିରଜା ମନ୍ଦିର ନିକଟରେ ଥିବା ବ୍ରହ୍ମାକୁଣ୍ଡ ସଫେଇ ନହୋଇ ପଡ଼ିରହିଛି । ଯାହାର ସଫେଇ କାର୍ଯ୍ୟ ଯଥାଶିଘ୍ର କରାଯାଉ । ସେହିପରି ବିରଜା ମନ୍ଦିର ପରିସରରେ ବନ୍ଦ ପଡିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ଅଠରନଳାର ପୁନରଉଦ୍ଧାର ସହ ସଫେଇ କରାଯାଉ, ମା’ଙ୍କ ବର୍ଷସାରା ହେଉଥିବା ପୂଜାପାର୍ବଣର ମାସକ ପୂର୍ବରୁ ପ୍ରଚାର ପ୍ରସାର କରାଯାଉ । ଯାତ୍ରୀଙ୍କ ସୁବିଧା ନିମନ୍ତେ ୧ରୁ ୨କିମି ଦୂରରେ ଗେଟ୍ କରାଯାଉ । ଯଦି ୧୦ଦିନ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ,ତେବେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁ୍ଖରେ ଆନେ୍ଦାଳନ କରିବାକୁ ବାଧ୍ୟ ହେବୁ ବୋଲି ବିରଜା ବାହିନୀ ପକ୍ଷରୁ କୁହାଯାଇଛି ।