ଏସ୍ଏନ୍ କଲେଜରେ ଯୋଗ ଦିବସ

 ରାଜନକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜ ପରିସରରେ ଅନ୍ତ୍ରଜାତୀୟ ଯୋଗ ଦିବସରେ "ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ପାଳିତ ହୋଇଛି । ଏଥିରେ ପୋଗ୍ରାମ ଅଫିସର ଡ. ଜୟନ୍ତ ମଲ୍ଲିକ ଉଦ୍ଘାଟନୀ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅନ୍ୟତମ ପୋଗ୍ରାମ ଅଫିସର ଜ୍ୟୋତି ପୁଷ୍ପା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଅଧିକାରୀ ଡ. ସଂଜୀବ କୁମାର ଦାଶ ଯୋଗଦେଇ ଯୋଗ କିପରି ଆମକୁ ରୋଗ ଦାଉରୁ ରକ୍ଷା କରେ ସେ ସମ୍ପର୍କରେ ଆଲୋକପାତ କରିଥିଲେ, ପ୍ରଶିକ୍ଷକ ଭାବେ ଯୋଗ ଗୁରୁ ସୁରେନ୍ଦ୍ର ମହାନ୍ତି ଯୋଗ ଦେଇ ମୁଖ୍ୟ କିରାଣୀ ଲକ୍ଷ୍ମଣ କୁମାର ସାହୁ ଡ. ଅଜୟ କୁମାର କୁଣ୍ଡ, ଡ. ରଞ୍ଜନ ରଥ,ପ୍ର. କାଁହୁ ଚରଣ ପଢ଼ିଆରୀ, ପ୍ର.ଦେବଦାସ ପ୍ରଧାନ,ପ୍ର. ଭାରତୀ ସାହୁ, ପ୍ର. ମଧୁସ୍ମିତା ଦୁବାଇ, ଜୟନ୍ତ ମଥାନ,ବିଶ୍ୱ ଭୂଷଣ ପ୍ରଧାନ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରି ଓ ଛାତ୍ର ଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଇଥିଲେ ।