ଓକିଲ ସଂଘ ନିର୍ବାଚନ: ଅକ୍ଷୟ ସଭାପତି, ମନୋଜ  ସମ୍ପାଦକ

ରାଇରଙ୍ଗପୁର:  ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ମନୋଜ ଦାସ ସମ୍ପାଦକ, ମଠା ମୁର୍ମୁ ଉପସଭାପତି, କିଶୋର ମହାନ୍ତ ଓ ଚନ୍ଦ୍ରରାଣୀ ହେମ୍ବ୍ରମ ସହ ସମ୍ପାଦକ, ଶିଶୁପଦ ମହାନ୍ତ କୋଷାଧ୍ୟକ୍ଷ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଲାଇବ୍ରେରିଆନ ଭାବେ ନିର୍ବାଚିତ ହୋଇଛନ୍ତି । ରାଇରଙ୍ଗପୁର ଓକିଲ ସଂଘର ସଭାପତି ଭାବେ ଅକ୍ଷୟ କୁମାର ମହାନ୍ତି ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ ପ୍ରତିନିଧିମାନେ ଉପଖଣ୍ଡର ପ୍ରମୁଖ ଦାବି ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଗଠନ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ ।