ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସମୀକ୍ଷା ବୈଠକ

ଭଦ୍ରକ : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ ଶିଶୁ ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର, ମୁକ୍ତାଶ୍ରୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ମାତୃ କକ୍ଷ ଇତ୍ୟାଦି ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଦିଲ୍ଲିପ ରାଉତ ରାଏଙ୍କ ପୌରୋହିତ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ, ଡିଏସ୍‌ପି ବିଶ୍ୱପତି ପଣ୍ଡା ସମେତ ଜିଲ୍ଲାସ୍ତରର ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ତ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ ସମିତି ସଦସ୍ୟ ସଦସ୍ୟା, କିଶୋର ନ୍ୟାୟ ପରିଷଦ ସଭ୍ୟ ସଭ୍ୟା, ଶ୍ରମ ବିଭାଗ, ଶିକ୍ଷା ବିଭାଗ, ଶିଶୁ ଯତ୍ନ ଅନୁଷ୍ଠାନ କର୍ମକର୍ତ୍ତା, ଚାଇଲ୍ଡ ଲାଇନ, ଶକ୍ତି ସଦନ କର୍ମକର୍ତ୍ତା, ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ସିଡିପିଓ, ସୁପର ଭାଇଜର, ମମତା, ପୋଷଣର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତିଙ୍କ ପ୍ରାରମ୍ଭିକ ସୂଚନା ପରେ ଆୟୋଗ ସଦସ୍ୟା ଶ୍ରୀମତୀ ଖୁଣ୍ଟିଆ ଜିଲ୍ଲାସ୍ତରରେ ଥିବା ସମସ୍ତ ଶିଶୁ ଅନୁଷ୍ଠାନର ଶିଶୁଙ୍କ ଶିକ୍ଷାର ଉନ୍ନତି ଓ ବିକାଶ ହେଲେ ସାଧାରଣ ଶିଶୁ ଭଳି ସମସ୍କନ୍ଦ ହୋଇପାରିବେ ଏବଂ ମାନସିକ ସ୍ଥିତି କୁ ପରଖି ପରାମର୍ଶ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଶିଶୁ ସୁରକ୍ଷା ୟୁନିଟ ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ସାମାଜିକ କର୍ମୀ ସୁବ୍ରତ ଦାସ, ହିସାବ ରକ୍ଷକ ଧୀରଜ୍‌ ବାରିକ, ବାହ୍ୟ କର୍ମୀ ମହେଶ ଚନ୍ଦ୍ର ଦାଶ ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ମଲିକ, ବାହ୍ୟକର୍ମି ଦମୟନ୍ତୀ ଦାଶ, ପରାମର୍ଶ ଦାତା କୁଲଦୀପ ଯେନା ଓ ଚାଇଲ୍ଡ ଲାଇନ ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢିଆରି ଓ ଟିମ ପରିଚାଳନାରେ ସହଯୋଗ କରିଥିଲେ । ସମଗ୍ର ସ୍ଥଳେ ଶିଶୁଙ୍କ ପାଇଁ ସୁଗମ ବ୍ୟବସ୍ଥା ସମସ୍ତଙ୍କର ମିଳିତ ସହଯୋଗରେ ହୋଇପାରିଲେ ଶିଶୁ ସୁରକ୍ଷା ଫଳପ୍ରଦ ହେବା ବୋଲି ପ୍ରକାଶ ପାଇଥିଲା । ଶେଷରେ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରାଯାଇଥିଲା ।