ନାବାଳିକା ଅସଦାଚରଣକାରୀକୁ ସଜା
ଜଟଣୀ : ଗତ ୨୦୧୫ ମସିହାରେ ଜଟଣୀ ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଭୁବନେଶ୍ୱରର ଆଡହକ ଆଡିସନାଲ ସେସନ୍ସ ଜର୍ଜ୍ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ) ବିଚାରପତି ସରୋଜ କୁମାର ସାହୁ ଅଭିଯୁକ୍ତ ଲିଙ୍ଗରାଜ ଉଦୟସିଂହ ଓରଫ ବାଉରିଆକୁ ଦୋଷୀ ସାବ୍ୟସ୍ତ କରିବା ସହ ସଜା ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅଭିଯୋଗକାରିଣୀ ତଥା ନାବାଳିକା ପୀଡିତା ଜଣକ ପରିବାର ସହ ଜଟଣୀ ଅଞ୍ଚଳରେ ରୁହନ୍ତି । ଗତ ତା.୦୧.୦୯.୨୦୧୫ ରିଖ ଦିନ କୁକର୍ମ ଉଦ୍ୟମ ପ୍ରକାରେ ପୀଡିତା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଉପରୋକ୍ତ ମାମଲାକୁ ଭିତ୍ତିକରି ପୀଡିତାଙ୍କ ଏତାଲା ଆଧାରରେ ଜଟଣୀ ଥାନା କେସ ନଂ.-୩୭୭/୨୦୧୫, ଦଫା-୩୪୧/୩୫୪-ଏ/୩୫୪-ଡି ଆଇପିସି, ଓ ଦଫା-୮ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଦାୟିତ୍ୱ ଥାନାର ତକôାଳୀନ ସବ୍-ଇନ୍ସପେକ୍ଟର ଅସ୍ମିତା ପ୍ରଧାନ (ମିଶ୍ର)ଙ୍କୁ ଦିଆଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀମତୀ ପ୍ରଧାନ (ମିଶ୍ର) ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ଲିଙ୍ଗରାଜଙ୍କୁ ତୁରନ୍ତ ଗିରଫ କରିଥିଲେ ।
ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୮ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜଗୁଡିକୁ ଆଧାର କରି ଆଜି ଅଭିଯୁକ୍ତ ଲିଙ୍ଗରାଜ ଉଦୟସିଂହ ଓରଫ ବାଉରିଆକୁ ଦଫା ୩୫୪-ଏ ଆଧାରରେ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇ ଥିବା ବେଳେ, ଦଫା-୩୫୪-ଡି ଆଧାରରେ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦୦୦ ଟଙ୍କା ଜୋରିମନା ଆଦେଶ ମଧ୍ୟ ଦେଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ୧ ମାସର ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ପେସାଲ ପବ୍ଲିକ୍ ପ୍ରୋସିକୁ୍ୟଟର ରାଜୀବ ସାସମଲ ଏବଂ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପ୍ରମୁଖ ପରିଚାଳନା କରିଥିଲେ ।