ଓପିଏସସି ଏବଂ ଓଏସଏସସିର ନୂଆ ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର: ଓପିଏସସି ଏବଂ ଓଏସଏସସିରେ ନୂଆ ସଦସ୍ୟ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୁରୀ ଏସସିଏସ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମିହିର ପ୍ରସାଦ ମିଶ୍ରଙ୍କୁ ୬ ବର୍ଷ ପାଇଁ କିମ୍ବା ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ ଆଇଏଏସ ଉଦୟ ନାରାୟଣ ଦାସଙ୍କୁ ମଧ୍ୟ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ଡକ୍ଟର ଶ୍ରୁତି ଦାସଙ୍କୁ ଓଏସଏସସିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏହାଛଡ଼ା ଅବସରପ୍ରାପ୍ତ ଆଇଏଏସ ସୁଧାର ବୁର୍ଗୀଙ୍କୁ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେମାନଙ୍କୁ ୫ ବର୍ଷ ପାଇଁ ବା ୬୫ ବର୍ଷ ହେବା ପର୍ଯ୍ୟନ୍ତ ଏହି ନିଯୁକ୍ତି ଦିଆଯାଇଛି ।